ଗ୍ୟାସ ଖର୍ଚ୍ଚରୁ ମିଳିବ ମୁକ୍ତି : ସରକାର ଲଞ୍ଚ କଲେ ‘ସୂର୍ଯ୍ୟ ନୂତନ’ ନାମକ ଏକ ଷ୍ଟୋଭ

ନୂଆଦିଲ୍ଲୀ,୧୯/୧୧ : ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ତରଫରୁ ‘ସୂର୍ଯ୍ୟ ନୂତନ’ ନାମକ ଏକ  ଷ୍ଟୋଭ ଲଞ୍ଚ କରାଯାଇଛି, ଯେଉଁଥିରେ ପ୍ରତିଦିନ ବିନା ଗ୍ୟାସ୍ ଖର୍ଚ୍ଚରେ ଆପଣ ଖାଦ୍ୟ ରାନ୍ଧିପାରିବେ । ଫରିଦାବାଦର ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଦ୍ୱାରା ଏହି ବିଶେଷ ପ୍ରକାରର ଚୁଲା ତିଆରି କରାଯାଇଛି । ଯେଉଁଥିରେ ବିଦ୍ୟୁତ ଶକ୍ତି ଓ ରନ୍ଧନ ଗ୍ୟାସ ବିନା ବି ଆପଣ ରୋଷେଇ କରିପାରିବେ । ବିଦ୍ୟୁତ ଶକ୍ତି ଓ ରନ୍ଧନ ଗ୍ୟାସ ବିନା ବି ଆପଣ ରୋଷେଇ କରିପାରିବେ ।

ଏହା ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ୟାଟେଣ୍ଟ୍ ହୋଇଥିବାବେଳେ ସୂର୍ଯ୍ୟ ନୂତନ ସୋଲାର ଷ୍ଟୋଭ୍ ସାଧାରଣ ସୌର ଷ୍ଟୋଭଠାରୁ ଭିନ୍ନ । ବଡ କଥା ହେଉଛି ସୂର୍ଯ୍ୟ ନୂତନ ସୋଲାର ଷ୍ଟୋଭକୁ ସୂର୍ଯ୍ୟ କିରଣରେ ରଖିବା ଆବଶ୍ୟକ ନାହିଁ । ଆହୁରି ମଧ୍ୟ, ଏହାକୁ ରୋଷେଇ ଘରେ ଫିକ୍ସ କରାଯାଇପାରିବ । ବଡ କଥା ଯେ ଏହା ଏକ ସ୍ପିଲଟ ଏସି ପରି କାର୍ଯ୍ୟ କରିଥାଏ । ଅର୍ଥାତ ଏହାର ଗୋଟିଏ ୟୁନିଟ୍ ସୂର୍ଯ୍ୟକିରଣରେ ରଖାଯିବା ସହିତ ଅନ୍ୟ ୟୁନିଟ୍ ରୋଷେଇ ଘରେ ମଧ୍ୟ ସ୍ଥାପନ କରାଯାଇପାରିବ । ବଡ କଥା ଯେ ଏହା ଏକ ରିଚାର୍ଜ ଯୋଗ୍ୟ ଷ୍ଟୋଭ ।

ଆପଣ ସୂର୍ଯ୍ୟକିରଣ କମ ଥିଲେ ମଧ୍ୟ ଷ୍ଟୋଭ୍ ବ୍ୟବହାର କରିପାରିବେ । ଏହା ସହିତ, ରାତିରେ ମଧ୍ୟ ଖାଦ୍ୟ ରନ୍ଧାଯାଇପାରିବ । ସୂର୍ଯ୍ୟ ନୂତନ ଚୁଲାର ବେସ୍ ଭାରିଆଣ୍ଟର ମୂଲ୍ୟ ୧୨,୦୦୦ ଟଙ୍କା ଥିବାବେଳେ ଟପ୍ ଭାରିଆଣ୍ଟ୍ ମୂଲ୍ୟ ୨୩,୦୦୦ ଟଙ୍କା ରହିଛି । ତଥାପି, ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସରକାର ଆଗାମୀ ଦିନରେ ଷ୍ଟୋଭ ଉପରେ ସବସିଡି ଦେଇପାରନ୍ତି । ଯାହାର ଅର୍ଥ ମୂଲ୍ୟ ହ୍ରାସ ହେବାର ସମ୍ଭାବନା ଅଛି ।

SBI_Festive_Digital Billboard