‘କେଦାରନାଥ’ ଫିଲ୍ମ ସୁଟିଂ ସମୟରେ ସାରାଙ୍କ ସହ ଅଧିକ ଡ୍ରଗ୍ସ ନେଉଥିଲେ ସୁଶାନ୍ତ : ରିୟା

ମୁମ୍ବଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟା ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟମାନଙ୍କୁ ଜେରା କରୁଛି। ଏହି ସମୟରେ, ରିୟା ଡ୍ରଗ୍ସ ମାମଲାରେ ସାରା ଅଲ୍ଲୀ ଖାଁଙ୍କୁ ନେଇ ଅନେକ ରହସ୍ୟ ଖୋଲିଛନ୍ତିି। ରିୟା କହିଛନ୍ତି ଯେ, ‘କେଦାରନାଥ’ ଫିଲ୍ମର ସୁଟିଂ ସମୟରେ ସୁଶାନ୍ତ ବହୁ ପରିମାଣର ଡ୍ରଗ୍ସ ନେଉଥିଲେ। ଏହାପୂର୍ବରୁ ସୁଶାନ୍ତ ଡ୍ରଗ୍ସ ବ୍ୟବହାର କରୁଥିଲେ କିନ୍ତୁ ‘କେଦାରନାଥ’ ପରେ ସେ ଅଧିକ ନିଶା ସେବନ କରୁଥିବା ରିୟା କହିଛନ୍ତି। ‘କେଦାରନାଥ’ର ସୁଟିଂ ବେଳେ ସମସ୍ତେ ହିମାଳୟରେ ରହିଥିଲେ। ସେଠାରେ ସହଜରେ ଡ଼୍ରଗ୍ସ ଉପଲବ୍ଧ ହେଉଥିଲେ। ସୁଶାନ୍ତ ଓ ସାରା ଉଭୟ ସଙ୍ଗତରେ ଡ଼୍ରଗ୍ସ ନେଉଥିବା ରିୟା କହିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରିୟା ଆହୁରି ପ୍ରକାଶ କରିଛନ୍ତି ଯେ, ସୁଶାନ୍ତ ଗଞ୍ଜେଇ ମଧ୍ୟ ଟାଣୁଥିଲେ। ସେ ଏହାକୁ ନିୟମିତ ଖାଉଥିଲେ। ତାଲାବନ୍ଦ ସମୟରେ ସେ ଅଧିକ ଡ଼୍ରଗ୍ସ ନେବା ଆରମ୍ଭ କରିଥିଲେ।