ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଭାବେ ନିଯୁକ୍ତ ହେଲେ ସୁଶୀଲ ବାୱେଜା

ଗୁରୁଗ୍ରାମ: ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ନିର୍ମାତା ଜିନ୍ଦଲ ଷ୍ଟେନଲେସ ସୁଶୀଲ ବାୱେଜାଙ୍କୁ ଏହାର ନୂତନ ମୁଖ୍ୟ ମାନବ ସମ୍ବଳ ଅଧିକାରୀ (ସିଏଚଆରଓ) ଭାବରେ ସ୍ୱାଗତ କରିଛି । ଶ୍ରୀ ବାୱେଜା ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ସହିତ ଆସିଛନ୍ତି ଏବଂ କର୍ମଚାରୀଙ୍କୁ ଉତ୍ସାହିତ କରିବାର ରଣନୀତି, କର୍ମକ୍ଷେତ୍ରର ସଂସ୍କୃତି ଉନ୍ନତ କରିବା, ଓ ପ୍ରତିଭା ପରିଚାଳନାକୁ ଦୃଢ଼ କରିବା ସହ ସଂଗଠନର ଅଭିବୃଦ୍ଧି ଦାୟିତ୍ୱ ନେବେ ।

ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ, ଆଜିର ପ୍ରତିଯୋଗିତା ମୂଳକ ନିଯୁକ୍ତିର ପାଣିପାଗରେ, ସଂଗଠନଗୁଡିକ ସେମାନଙ୍କର ସଂସ୍କୃତି, ନେତୃତ୍ୱ ଏବଂ ମୂଲ୍ୟ ବୋଧ ଦ୍ୱାରା ନିଜକୁ ଭିନ୍ନକରି ଗଢ଼ି ତୋଳନ୍ତି । ଗ୍ରାହକ ସନ୍ତୁଷ୍ଟି, ସୃଜନଶୀଳତା ଏବଂ ନବସୃଜନ, ତଥା ଶିକ୍ଷଣ କ୍ଷମତା ଉପରେ ଆମର ଧ୍ୟାନ, ଆମର କମ୍ପାନୀକୁ ଭିନ୍ନ କରେ । ଆମେ ସଠିକ୍ ପ୍ରତିଭାକୁ ଆକର୍ଷିତ କରିବାକୁ ଏବଂ ଉଚ୍ଚ ପ୍ରଦର୍ଶନକାରୀଙ୍କୁ ବଜାୟ ରଖିବାକୁ ଚାହୁଁ । ମୁଁ ନିଶ୍ଚିତ ଯେ ଶ୍ରୀ ବାୱେଜା ଏକ ଚାଳକ ଶକ୍ତି ହେବେ ଯାହା ମାଧ୍ୟମରେ ଉଭୟ ସଂଗଠନ ଏବଂ ଏହାର ଲୋକମାନେ ଆଗକୁ ବଢ଼ିପାରିବେ ।

ଶ୍ରୀ ବାୱେଜା ବିବିଧ ଅଭିଜ୍ଞତା ସହିତ ଆସିଛନ୍ତି ଏବଂ ଡିସିଏମ୍ ଶ୍ରୀରାମ ଲିମିଟେଡ୍, ଆଲକାଟେଲ, କ୍ୟାଡବରୀ ଇଣ୍ଡିଆ ଲିମିଟେଡ୍ ଏବଂ ଜିଲେଟ୍ ଇଣ୍ଡିଆ ଭଳି କେତେକ ଅଗ୍ରଣୀ ଭାରତୀୟ ତଥା ବହୁରାଷ୍ଟ୍ରୀୟ ସଂଗଠନ ସହିତ କାର୍ଯ୍ୟ କରିଛନ୍ତି । ତାଙ୍କର ନୂତନ ଭୂମିକା ବିଷୟରେ ମନ୍ତବ୍ୟ ଦେଇ ଶ୍ରୀ ବାୱେଜା କହିଛନ୍ତି ଯେ, ଜିନ୍ଦଲ ଷ୍ଟେନଲେସ ଭଳି ସଂସ୍ଥାରେରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ, ଯାହା କେବଳ ଷ୍ଟେନଲେସ ଷ୍ଟିଲ ଉତ୍ପାଦନରେ ନୁହେଁ, ବରଂ ଏହାର କର୍ମଚାରୀମାନଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟ ପରିବେଶ ସୃଷ୍ଟି କରିବାରେ ସଫଳ ହୋଇଛି । ବ୍ୟବସାୟ ସମ୍ପ୍ରସାରଣ ଏବଂ ଲୋକ ରଣନୀତି ଦୃଷ୍ଟିରୁ କମ୍ପାନୀ ବର୍ତ୍ତମାନ ଏକ ରୋମାଞ୍ଚକର ପର୍ଯ୍ୟାୟ ଦେଇ ଗତି କରୁଛି । ମୁଁ ଏହାର ଅଭିବୃଦ୍ଧି କାହାଣୀକୁ ଆଗକୁ ବଢ଼ାଇବାରେ ସାମିଲ ହେବାକୁ ଅପେକ୍ଷା କରିଛି ।

SBI AD