ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ବାହାର ଜିଲ୍ଲାର ମୃତଦେହ ସତ୍କାର ହୋଇପାରିବ : ପୁରୀ ଜିଲାପାଳ

ଭୁବନେଶ୍ବର,୧୯ /୧୦: ପୁରୀ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ କଟକଣା ହଟାଇ ଦିଆଯାଇଛି। ଏଣିକି ବାହାର ଜିଲାର ଯେକୌଣସି ବ୍ୟକ୍ତିଙ୍କ ମୃତଦେହ ତାଙ୍କ ସମ୍ପର୍କୀୟ ପୁରୀ ସ୍ୱର୍ଗଦ୍ୱାର ଆଣି ସତ୍କାର କରିପାରିବେ। ପୁରୀ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲାର ବ୍ୟକ୍ତିଙ୍କ ମୃତଦେହ ଶତ୍କାର କଟକଣା ହଟିବା ନେଇ ପୁରୀ ଜିଲାପାଳ ବଲୱନ୍ତ ସିଂହଙ୍କ ସୂଚନା ଦେଇଛନ୍ତି। ଏବେ ପୁରୀ ଜିଲାରେ ସଂକ୍ରମଣ ହାର କମି ଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଗଲା।

ଜିଲାପାଳ ବଲୱନ୍ତ ସିଂହ କହିଛନ୍ତି ଯେ, ଶବ ସତ୍କାରବେଳେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ପାଳନ ଜରୁରୀ। ସ୍ୱର୍ଗଦ୍ୱାରକୁ ମୃତବ୍ୟକ୍ତିଙ୍କ ସମ୍ପର୍କୀୟ ୨୦ଜଣରୁ ଅଧିକ ଯିବେନାହିଁ। ସ୍ୱର୍ଗଦ୍ୱାରରେ ମୃତଦେହ ସତ୍କାରବେଳେ ସମସ୍ତେ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ବଜାୟ ରଖିବେ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।