ଆଜି ସ୍ୱାୟତ୍ତ ଶାସନ ଦିବସ : ସହରବାସୀଙ୍କୁ ୧୨ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୧/୮: ଆଜି ସ୍ୱାୟତ୍ତ ଶାସନ ଦିବସରେ ସହରବାସୀଙ୍କୁ ୧୨ରୁ ଅଧିକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ଓ ଶୁଭାରମ୍ଭ ହେବ । ଆମ୍‌ ବସ୍‌ ପାଇଁ ଏଣିକି ହ୍ୱାଟସ୍‌ଆପ୍‌ରେ ଟିକଟ ବୁକିଂର ଶୁଭାରମ୍ଭ ହେବ । ଏହାସହ ଡିଜିଟାଲ୍‌ ଟିକଟରେ ରିହାତି ମିଳିବ । ସେହିପରି ଜାତୀୟ ଏକକ ଗମନାଗମନ କାର୍ଡର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଡ ବଳରେ ସାରା ଦେଶରେ ଲୋକେ ସୁବିଧା ପାଇପାରିବେ । ଡିଜିଟାଲ ପାସ୍‌ ବ୍ୟବସ୍ଥାକୁ ଅନ୍ୟ ସହରକୁ ସମ୍ପ୍ରସାରଣ କରାଯିବ । ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ସହ ବୁଝାମଣା କରି ସମାବେଶୀ ସହର ଗଠନ କରିବ ନଗର ଉନ୍ନୟନ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସହର ସାଥୀ କଲ୍‌ ସେଣ୍ଟର ଓ ପୌର ସଂସ୍ଥା କର୍ମଚାରୀଙ୍କ ପାଇଁ ସିୟୁଜି ନମ୍ବର ବଣ୍ଟନ କରାଯିବ । ଜଳସାଥୀ,ସ୍ୱଚ୍ଛ ସାଥୀ, ପରିମଳ କର୍ମଚାରୀ, ଶ୍ରେଷ୍ଠ ପୌର ସଂସ୍କାକୁ ପୁରସ୍କୃତ କରାଯିବ । ଏହି ଅବସରରେ ସୁଲଭ ଆବାସ ବଣ୍ଟନ ସହ ପିଏମ୍‌ ଆବାସରେ ଗୃହ ପ୍ରବେଶ କରିବେ ହିତାଧିକାରୀ । ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାର ଲୋଗୋକୁ ମଧ୍ୟ ଉନ୍ମୋଚନ କରାଯିବ । ୪୩ଟି ବହୁମୁଖୀ ଭବନର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମ ପାଇଁ ହ୍ୱାଟସ୍‌ଆପ୍‌ ବଟ୍‌ ସେବାର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଛି । ସେହିପରି ସ୍ୱାୟତ୍ତ ଶାସନ ଦିବସ ଅବସରରେ ରବିବାର ୯ଟି ନୂଆ ଏନ୍‌ଏସି ଘୋଷଣା ହେବ ବୋଲି ପୂର୍ବରୁ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଭୁବନେଶ୍ୱର ପୂର୍ବତଟ ରେଲୱେ ଅଡିଟୋରିୟମରେ ପୂର୍ବାହ୍ନରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ଆୟୋଜିତ ହେବ ।

SBI_Festive_Digital Billboard