ଖରାଦିନେ ବଡ଼ ସମସ୍ୟା ଝାଳ ଦୁର୍ଗନ୍ଧ ; ଆସନ୍ତୁ ଜାଣିବା କେମିତି ଦୂର ହେବ ଏହି ସମସ୍ୟା

ଖରାଦିନେ କୌଣସି ବି କାମ କଲେ ଆମ ଦେହରୁ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ଝାଳ ବାହାରିବା ଖୁବ୍ ସାଧାରଣ କଥା । କିନ୍ତୁ ଅନେକ ସମୟରେ ଝାଳ ବାହାରିବା କାରଣରୁ ଆମକୁ ଖରାପ ଅନୁଭବ ହୋଇଥାଏ। ଏପରିକି ଆମ ଶରୀରରୁ ଦୁର୍ଗନ୍ଧ ମଧ୍ୟ ନିର୍ଗତ ହୋଇଥାଏ। ତେବେ ଝାଳ ଏବଂ ଦୂର୍ଗନ୍ଧରୁ ବଞ୍ଚିବା ପାଇଁ ଅନେକ ସମୟରେ ବହୁଜଣ ଭିନ୍ନ ଭିନ୍ନ ପ୍ରକାରର ପରଫ୍ୟୁମ୍ ମଧ୍ୟ ବ୍ୟବହାର କରିଥାନ୍ତି। କିନ୍ତୁ ବେଳେ ବେଳେ ଏହି ପରଫ୍ୟୁମ୍ ଆମ ଶରୀର ପାଇଁ ଖରାପ ହୋଇଥାଏ।

ତେବେ ଆଜି ଆମେ ଶରୀରର ଦୁର୍ଗନ୍ଧ ଦୂର କରିବାର ଏକ ସହଜ ଏବଂ ସରଳ ଉପାୟ ବିଷୟରେ ଆମେ ଆଲୋଚନା କରିବା। ଦୈନନ୍ଦିନ ଘରେ ବ୍ୟବହାର ହେଉଥିବା ବେକିଂ ସୋଢ଼ା ଏବଂ ଲେମ୍ବୁ ଆପଣଙ୍କୁ ଦୁର୍ଗନ୍ଧଯୁକ୍ତ ଝାଳରୁ ମୁକ୍ତି ଦେବ। ଏଥିପାଇଁ ଦୁଇ ଚାମଚ ସୋଢ଼ାରେ ୨ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ ଏବଂ ଏହି ପେଷ୍ଟକୁ କାଖରେ ଲଗାଇ ୧୫ ମିନିଟ ଛାଡ଼ି ଦିଅନ୍ତୁ। ଏହାପରେ ଧିରେ ଧିରେ ଥଣ୍ଡା ପାଣିରେ ଏହାକୁ ଧୁଅନ୍ତୁ। ଏପରି ନିୟମିତ କରିବା ଦ୍ବାରା ଦୁର୍ଗନ୍ଧ ସମସ୍ୟା ଦୂର ହୋଇଥାଏ।

ଗୋଲାପ ଫୁଲ ପାଣିରେ ଗାଧୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ସେଥିପାଇଁ ଗୋଲାପ ଫୁଲ ପାଖୁଡ଼ାକୁ କୁଣ୍ଡରେ ପକାଇ କିଛି ସମୟ ପରେ ସେହି ପାଣିରେ ଗାଢ଼େଇଲେ କିମ୍ବା ଗାଧୋଇଥିବା ସମୟରେ ପାଣିରେ କିଛି ମାତ୍ରାରେ ଲେମ୍ବୁ ରସ ମିଶାଇ ଗାଧାନ୍ତୁ। ଦେଖିବେ ଏହାର ବ୍ୟବହାର ଶରୀରକୁ ସୁଗନ୍ଧିତ କରିବା ସହିତ ଶରୀରରେ ଆଣିବ ନୂତନ ପରିବର୍ତ୍ତନ।