ନୂଆଦିଲ୍ଲୀ, ୧୦/୦୪ : ଭାରତ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡ ତହବୁର ରାଣା । ଆମେରିକାରୁ ସ୍ବତନ୍ତ୍ର ବିମାନ ଯୋଗେ ତହବୁରକୁ ଭାରତ ଆଣିଛି ଏନଆଇଏ । ଭାରତ ପ୍ରତ୍ୟର୍ପଣ ଉପରେ ରୋକ୍ ଲଗାଇବାକୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ତହବୁର । ହେଲେ ଆମେରିକା ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିବା ପରେ ପ୍ରତ୍ୟର୍ପଣ କରିଛି ତହବୁର। ତହବୁର ପାଇଁ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନଆଇଏ ଅଧିକାରୀ ଏହି ମୋଷ୍ଟ୍ୱାଣ୍ଟେଡ ଆତଙ୍କବାଦୀକୁ ତିହାର ଜେଲ୍ର ଉଚ୍ଚସୁରକ୍ଷା ସଂପନ୍ନ ସେଲ୍ରେ ରଖିବା ଉପରେ ମଧ୍ୟ ବିଚାର କରୁଥିବା ଖବର ମିଳିଛି । ଏନଆଇଏ ଅଧିକାରୀ ତହବୁର ରାଣାକୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇର ଭୂମିକାକୁ ନେଇ ପଚରାଉଚରା କରିବ। ଜେରା ବେଳେ ମୁମ୍ୱାଇ ଆକ୍ରମଣକୁ ନେଇ ତହବୁର ରାଣା ମୁହଁରୁ ନୂଆ ତଥ୍ୟ ମିଳିବା ଆଶା କରାଯାଉଛି। ୨୦୦୮ ଆତଙ୍କବାଦୀ ଆକ୍ରମଣରେ ମୁମ୍ବାଇରେ ମୋଟ୍ ୧୭୫ ଜଣଙ୍କ ଜୀବନ ଯାଇଥିଲା ।