ଭାରତକୁ ତାଲିବାନର ଚେତାବନୀ : ଆଫଗାନିସ୍ତାନକୁ ସେନା ପଠାଇଲେ ପରିସ୍ଥିତି ଭୟାବହ ହେବ

ନୂଆଦିଲ୍ଲୀ,୧୪ /୮: ତାଲିବାନ ଏବେ ଭାରତକୁ ଚେତାବନୀ ଦେଇଛି । ଗୋଟେ ପଟେ ଆଫଗାନିସ୍ତାନରେ ଭାରତର ପ୍ରଗତିମୂଳକ କାର୍ଯ୍ୟକ୍ରମକୁ ତାଲିବାନ ପ୍ରଶଂସା କରିଥିବାବେଳେ ସେନା ପଠାଇବା ଯୋଜନାକୁ ନେଇ ଭାରତକୁ ଧମକ ଦେଇଛି ତାଲିବାନ। ଆଫଗାନିସ୍ତାନକୁ ଭାରତ ସେନା ପଠାଇଲେ ପରିଣତି ଭୟାବହ ହେବ ବୋଲି ତାଲିବାନର ମୁଖପାତ୍ର ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି । ତାଲିବାନ ବିରୋଧରେ ଛିଡ଼ା ହୋଇଥିବା ଦେଶମାନଙ୍କର ପରିଣତି ଭାରତ ଦେଖିସାରିଛି । ତେଣୁ ସେନା ପଠାଇବା ପୂର୍ବରୁ ଭାରତ ଭଲ ଭାବେ ଚିନ୍ତା କରୁ ବୋଲି ସେ ଚେତାଇ ଦେଇଛନ୍ତି ।