ଦଳିତ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ

ଭୁବନେଶ୍ୱରେ,୨୭/୫ : ସର୍ବ ଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚ କାର୍ଯ୍ୟାଳୟ ତରଫରୁ କଳିଙ୍ଗ ବିହାରଠାରେ ଦୁଇ ଦିନିଆ ଦଳିତ ମହିଳା ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ମୁଖ୍ୟ ପୁରୋଧା ଭାବେ ସର୍ବ ଭାରତୀୟ ଦଳିତ ମହିଳା ସଙ୍ଘ ର ରାଜ୍ୟ ସଂଯୋଜକ ଶଶୀମଣି ସିଂ ପରିଚାଳନା କରିଥିଲେ l ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଦଳିତ ମହିଳା ସଂଘର କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ l ଆମ୍ବେଦକର ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଦଳିତ ମହିଳା ମାନଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦୁଆଯାଇଥିଲା l ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ନିଷ୍ପେସିତ ନିର୍ଯ୍ୟାତିତ ମହିଳା ମାନଙ୍କ ପାଇଁ କିପରି ଠିକଣା ଭାବେ କାର୍ଯ୍ୟ କରି ହେବl ସମ୍ବନ୍ଧରେ ଆଲୋଚନା ହୋଇଥିଲା l ସାମାଜିକ ଗଣମାଧ୍ୟମ ଓ ଅନୁସୂଚିତ ଜାତି ଓ ଜନଜାତି ଆକ୍ଟ ର ସଦୁପଯୋଗ ନେଇ ଆଲୋଚନା ହୋଇଥିଲା l

ଆହୁରି ମଧ୍ୟ ଘଟି ଯାଇଥିବା ଘଟଣାର ସବିଶେଷ ବିସ୍ଲେଷଣlତ୍ମକ ଅନୁସନ୍ଧାନ କଲେ l ପ୍ରଶାସନିକ ସ୍ତରରେ ଅଭିଯୋଗ କାରିକୁ ଉଚିତ ନ୍ୟାୟ ମିଳିପାରିବ ବୋଲି ମତ ବ୍ୟକ୍ତ ହୋଇଥିଲା l ଅନ୍ୟାନ୍ୟ ବର୍ଗର ମହିଳା ମାନଙ୍କ ଅପେକ୍ଷା ଦଳିତ ମହିଳା ମାନଙ୍କୁ ନ୍ୟାୟ ମିଳିବାରେ ପ୍ରଶାସନ ଟାଳ ଟୁଳ ନୀତି ଅବଲମ୍ବନ କରିବା ପଛର ଅସଲ ରହସ୍ୟ ସଭିଏଁ ଉନ୍ମୋଚନ ର ଲକ୍ଷ୍ୟ ରଖିବାକୁ ସୂଚନା ଦେଇଥିଲେ l କୌଣସି ସ୍ଥାନରେ ଅନ୍ୟାୟ ହେଲେ ପ୍ରଥମେ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଯାଇ ଅଭିଯୋଗ କାରୀଙ୍କ ନିକଟରେ ପହଂଚି ଆଶ୍ୱାସନା ଦେବା ସହିତ ପ୍ରଶାସନ ନିକଟରେ ପହଂଚିବା ର ଆବଶ୍ୟକତା ରହିଛି ବୋଲି ମନ୍ତବ୍ୟ ରଖିଥିଲେ l ପରୋକ୍ଷ ରେ ହେଉ ବା ପ୍ରତ୍ୟକ୍ଷରେ ହେଉ ପ୍ରଶାସନକୁ ଅନୁସନ୍ଧାନ ରେ ସହଯୋଗ କରିବା ସହିତ ଧୈର୍ଯ୍ୟ ସହକାରେ ପ୍ରଶାସନର ସହଯୋଗ ଓ ସହାୟତା ପାଇଁ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ l