ଜୟଲଳିତାଙ୍କ ଘନିଷ୍ଠ ବନ୍ଧୁ ଶଶିକଳାଙ୍କ ୨ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ

ଚେନ୍ନାଇ,୭ /୧୦ : ତାମିଲନାଡୁର ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବନ୍ଧୁ ଭି.କେ ଶଶିକଳାଙ୍କ ମାଲିକାନାରେ ଥିବା ପ୍ରାୟ ୨୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଆଜି ଆୟକର ବିଭାଗ ଫ୍ରିଜ କରିଛି । ଏହା ମଧ୍ୟରେ ୩୦୦ କୋଟି ଟଙ୍କା ମୂଲ୍ୟର ୨ଟି ସମ୍ପତ୍ତି ରହିଛି ।

ସିରୁଥାଭୋର ଏବଂ କୋଡାନାଡୁରେ ଅବସ୍ଥିତ ଏହି ସମ୍ପତ୍ତି ଜୟଲଳିତାଙ୍କ ସହଯୋଗୀ ଶଶିକଳା,  ଇଲାଭାରାସୀ ଏବଂ ସୁଧାକରନ୍ ନାମରେ ରହିଛି । ଆୟକର ବିଭାଗର ବେନାମୀ ସମ୍ପତ୍ତି ଶାଖା ଏହି ସମ୍ପତ୍ତି ବାହାରେ ନୋଟିସ ଲଗାଇ ଦେଇଛି । ଭି.କେ. ଶଶିକଳା ବର୍ତ୍ତମାନ ଜେଲରେ ଅଛନ୍ତି ଏବଂ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜେଲରେ ଅଛନ୍ତି । ସେ ଆସନ୍ତା ବର୍ଷ ଜାନୁଆରୀରେ ଜେଲରୁ ବାହାରିବେ।