ନୂଆଦିଲ୍ଲୀରେ ନୂତନ ସଂସଦ ଭବନ ନିର୍ମାଣ କରିବ ଟାଟା କମ୍ପାନୀ

ନୂଆଦିଲ୍ଲୀ, ୧୬/୯: ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ସଂସଦର ନୂତନ ଭବନ ନିର୍ମାଣ କରିବ। ଅଧିକାରୀଙ୍କ ଅନୁଯାୟୀ ଟାଟା ପ୍ରୋଜେକ୍ଟସ ଲିମିଟେଡ୍ ୮୬୧.୯୦ କୋଟି ଟଙ୍କାର ବଜେଟ୍‌ରେ ନୂତନ ସଂସଦ ଭବନ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡର ହାତେଇଛି। କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ ବୁଧବାର ନୂତନ ଭବନର ନିର୍ମାଣ ପାଇଁ ଆର୍ଥିକ ବିଡ୍‌ ଖୋଲିବା ପରେ ଟାଟା ପ୍ରୋଜେକଟ୍ସ ଲିମିଟେଡ୍ ୮୬୧.୯୦ କୋଟି ଟଙ୍କାର ବିଡ୍‌ ଲଗାଇଥିବା ବେଳେ ଲାର୍ସନ ଆଣ୍ଡ ଟୁବ୍ରୋ(ଏଲ ଆଣ୍ଡ ଟି) ୮୬୫ କୋଟି ଟଙ୍କାର ବିଡ୍ ଲଗାଇଥିଲା।

ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ପୁର୍ନବିକାଶ କରିବା ମୋଦୀ ସରକାରଙ୍କ ଯୋଜନାର ଏକ ଅଂଶ। ସୂଚନା ଅନୁଯାୟୀ ସଂସଦର ମୌସୁମି ଅଧିବେଶନ ସମାପ୍ତ ହେବା ପରେ ନୂତନ କୋଠାର କାମ ଆରମ୍ଭ ହୋଇପାରେ।