ଆଜିଠାରୁ ଆଧାର OTPରୁ ବୁକ୍‌ ହେବ ତତ୍କାଳ ରେଳ ଟିକଟ

0

ନୂଆଦିଲ୍ଲୀ,୧୫/୦୭: ଭାରତୀୟ ରେଳ ତତ୍କାଳ ଟିକଟ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ। ଆଜିଠୁ ବୁକିଂ କରିବା ପାଇଁ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ କିମ୍ବା ଆପ୍‌ରେ ଆଧାର ପ୍ରମାଣ ଅନିବାର୍ଯ୍ୟ ହେବ । ଟିକଟ ବୁକିଂରେ ପାରଦର୍ଶିତା ଆଣିବା ଏବଂ ଦଲାଲ୍‌ କିମ୍ବା ନକଲି ଏଜେଣ୍ଟ୍‌ମାନଙ୍କର ମନମୁଖୀ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବା । ଅନେକ ସମୟରେ ଦେଖିବାକୁ ମିଳେ ଯେ, ତତ୍କାଳ ଟିକଟ ଆରମ୍ଭ ହେବାର କିଛି ମିନିଟ୍‌ ମଧ୍ୟରେ ବିକ୍ରି ହୋଇଯାଏ । କାରଣ ଦଲାଲ ଏବଂ ନକଲି ଏଜେଣ୍ଟମାନେ ସଫ୍ଟୱେର୍‌ କିମ୍ବା ବେଆଇନ ଉପାୟରେ ଟିକଟ ବୁକ୍‌ କରିଦିଅନ୍ତି । ଏହାଦ୍ୱାରା ସାଧାରଣ ଯାତ୍ରୀଙ୍କୁ ଟିକଟ ମିଳିବାରେ ସମସ୍ୟା ହୋଇଥାଏ ।

ପ୍ରଥମ ୩୦ ମିନିଟ୍‌ ଯାଏ ଏସି ଏବଂ ନନ୍‌-ଏସି ଉଭୟ ବର୍ଗ ପାଇଁ ଏଜେଣ୍ଟ୍‌ଙ୍କୁ ଟିକଟ ବୁକିଂ ଅନୁମତି ମିଳିବ ନାହିଁ । ଯଦି ଜଣେ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ କିମ୍ବା ଆପ୍‌ରେ ତତ୍କାଳ ଟିକଟ ବୁକ୍‌ କରୁଛନ୍ତି ତେବେ ତାଙ୍କୁ ପ୍ରଥମେ ନିଜର ଆଧାର ନମ୍ବରକୁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଲିଙ୍କ୍‌ କରିବାକୁ ପଡ଼ିବ । ଟିକଟ ବୁକ୍‌ କରିବାବେଳେ ଉକ୍ତ ୟୁଜରଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଓଟିପି ଆସିବ । ଉକ୍ତ ଓଟିପି ଦେବା ପରେ ବୁକିଂ କନ୍‌ଫର୍ମ ହୋଇଯିବ । କାଉଣ୍ଟରରେ ବି ସମାନ ପ୍ରକ୍ରିୟା ଉପଲବ୍ଧ ହେବ, ଯେଉଁଠି ଆଧାର ନମ୍ବର ଦେବାକୁ ପଡ଼ିବ କିମ୍ବା ଓଟିପି ଲାଗିବ ।

SBI AD
Leave A Reply

Your email address will not be published.