ବଦଳିଲା ତତକାଳ ଟିକେଟ୍ ବୁକିଂ ସମୟ

0

ନୂଆଦିଲ୍ଲୀ, ୧୪/୧୨ : ତତକାଳ ଟିକେଟ ବୁକିଂରେ ହୋଇଛି ପରିବର୍ତ୍ତନ । ଏଥିରେ ଯାତ୍ରୀଙ୍କୁ ଟିକେଟ୍ ବୁକିଂ ପାଇଁ ଅଧିକ ସମୟ ମିଳିବ । ଯେଉଁଥିରେ ଲୋକମାନେ ସୁବିଧାରେ ଟିକେଟ୍ ବୁକିଂ ସୁବିଧା ପାଇପାରିବେ । ଆଗରୁ ତତକାଳ ଟିକେଟ ବୁକିଂର ସମୟ ୧୦ଟା ୧୫ ମିନିଟ ଥିବାବେଳେ ଏବେ ସମୟ ବଦଳି ୧୦ଟା ୧୦ ମିନିଟ ରହିଛି । ସମୟ ପରିବର୍ତ୍ତନର ମୂଳ ଉଦ୍ଦେଶ୍ୟ ହେଉଛି, ଟିକେଟ ବୁକିଂ ପାଇଁ ଯାତ୍ରୀଙ୍କୁ ଅଧିକ ସମୟ ମିଳିବ । ଯାତ୍ରା କରିବାର ଗୋଟିଏଦିନ ପୂର୍ବରୁ ଟିକେଟ୍ ତତକାଳରେ ବୁକ୍ କରାଯାଏ । ତତକାଳ ଟିକେଟ୍ ବୁକିଂ ପାଇଁ କିଛି ନିୟମ ଓ ସର୍ତ୍ତ ରହିଛି । ଏସି କ୍ଲାସ ଯାତ୍ରୀଙ୍କ ପାଇଁ ସକାଳ ୧୦ଟା ୧୦ରୁ ଟିକେଟ ବୁକିଂ ଆରମ୍ଭ କରାଯାଏ । ସେହିପରି ନନ୍ ଏସି ପ୍ୟାସେଞ୍ଜରଙ୍କ ପାଇଁ ୧୧ଟା ୧୦ରେ ଟିକେଟ୍ ବୁକିଂ କାଉଣ୍ଟର ଖୋଲିବ । ଯାତ୍ରାର ଗୋଟିଏ ଦିନ ପୂର୍ବରୁ ହିଁ ଟିକେଟ୍ ବୁକିଂ କରିହେବ । ଆଇଡି ପ୍ରୁଫରେ ଆଧାରକାର୍ଡ, ପ୍ୟାନକାର୍ଡ ଏବଂ ପାସପୋର୍ଟ ଇଦ୍ୟାଦି ଆବଶ୍ୟକ । କନଫର୍ମ ଟିକେଟରେ କୌଣସି ପ୍ରକାର ରିଫଣ୍ଡ ମିଳିବ ନାହିଁ । ଟ୍ରେନ୍ ଯାତ୍ରା ରଦ୍ଦ ହେଲେ ଯାଇ ଯାତ୍ରୀଙ୍କୁ ରିଫଣ୍ଡ ମିଳିବ । ଟିକେଟ ବୁକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ ଆଇଆରସିଟିସି ୱେବସାଇଟ୍ ଯିବାକୁ ପଡ଼ିବ । ରେଜିଷ୍ଟର ବିକଳ୍ପ ଉପରେ କ୍ଲିକ୍ କରି ଆବଶ୍ୟକୀୟ ସୂଚନା ଯେମିତି ମୋବାଇଲ ନମ୍ବର, ଇମେଲ ଆଇଡି ଭରିବାକୁ ପଡ଼ିବ । ଲଗଇନ୍ କରି ପ୍ଲାନ ମାଇଁ ଜର୍ନି ଯିବାକୁ ପଡ଼ିବ । ଡିପାର୍ଚର ଏବଂ ଆରାଇଭାଲ ଷ୍ଟେଶନ ନାମ ଭରିବାକୁ ପଡ଼ିବ । ଯାତ୍ରାର ତାରିଖ ପଡ଼ିବ । ଏହାପରେ ବୁକିଂ ଟ୍ୟାବରେ ଯାଇ ତତକାଳ ବିକଳ୍ପ ବାଛିବାକୁ ପଡ଼ିବ । ଏହିଠାରେ ଟ୍ରେନ୍ ଓ କ୍ଲାସ ବାଛିବାକୁ ପଡ଼ିବ ।

Leave A Reply

Your email address will not be published.