ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ କ୍ରିକେଟ ଟିମର ସମସ୍ତ ଖେଳାଳି କରୋନା ନେଗେଟିଭ ଚିହ୍ନଟ

ଚେନ୍ନାଇ, ୧/୨ : ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଚୟନ ହୋଇଥିବା ସମସ୍ତ ଭାରତୀୟ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଭାରତୀୟ କ୍ରିକେଟ ବୋର୍ଡ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଏହା ସହ ସମସ୍ତ ଖେଳାଳିଙ୍କ କ୍ୱାରେଣ୍ଟିନ ଅବଧି ଆଜି ଠାରୁ ସମାପ୍ତ ହେଉଛି । ଆସନ୍ତାକାଲିଠାରୁ ଭାରତୀୟ କ୍ରିକେଟ ଟିମ ସମସ୍ତ ଖେଳାଳି ଅଭ୍ୟାସ ନିମନ୍ତେ ପଡିଆକୁ ଓହ୍ଲାଇବେ । ପୂର୍ବରୁ ଇଂଲଣ୍ଡ ଟିମର ସମସ୍ତ ଖେଳାଳି କରୋନା ନେଗେଟିଭ ଚିହ୍ନଟ ହୋଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଫେବୃଆରୀ ୫ ତାରିଖରୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହେବ ।