ନୂଆଦିଲ୍ଲୀ, ୨୪/୦୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଏହାପରେ ପୁଣି ଇଂଲଣ୍ଡ ଗସ୍ତ କରିବ ଟିମ୍ ଇଣ୍ଡିଆ । ଆଉ ଏହି ସିରିଜରେ ଖେଳିବେ ରୋହିତ ଶର୍ମା ଏବଂ ବିରାଟ କୋହଲି । ଇଂଲଣ୍ଡ କ୍ରିକେଟ ବୋର୍ଡ ଆଜି ଖେଳସୂଚୀ ଘୋଷଣା କରିଛି । ଆସନ୍ତାବର୍ଷ ୨୦୨୬ ଜୁଲାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି୨୦ ମ୍ୟାଚ ଏବଂ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଇଂଲଣ୍ଡ କ୍ରିକେଟ ବୋର୍ଡ ଆଜି ଘୋଷଣା କରିଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆସନ୍ତାବର୍ଷ ଜୁଲାଇରେ ୫ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ । ଜୁଲାଇ ୧ ତାରିଖରୁ ଜୁଲାଇ ୧୧ ତାରିଖ ଯାଏ ଟି୨୦ ସିରିଜ ଖେଳାଯିବ । ଏହି ସିରିଜ ପରେ ପୁଣି ୧୪ ଜୁଲାଇରୁ ୧୯ ଜୁଲାଇ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।
ଟି୨୦ ସିରିଜ ଖେଳସୂଚୀ : ପ୍ରଥମ ମ୍ୟାଚ୍: ୧ ଜୁଲାଇ; ବ୍ୟାଙ୍କ ହୋମ୍ ରିଭରସାଇଡ୍, ଡରହାମ୍
ଦ୍ୱିତୀୟ ମ୍ୟାଚ୍: ୪ ଜୁଲାଇ; ଓଲ୍ଡ ଟ୍ରାଫୋର୍ଡ, ମାଞ୍ଚେଷ୍ଟର, ତୃତୀୟ ମ୍ୟାଚ୍: ୭ ଜୁଲାଇ; ଟ୍ରେଣ୍ଟ ବ୍ରିଜ୍, ନଟିଂହାମ, ଚତୁର୍ଥ ମ୍ୟାଚ୍ – ୯ ଜୁଲାଇ; ସିଟ୍ ୟୁନିକ୍ ଷ୍ଟାଡିୟମ, ବ୍ରିଷ୍ଟଲ, ପଞ୍ଚମ ମ୍ୟାଚ୍: ୧୧ ଜୁଲାଇ; ୟୁଟିଲିଟା ବୋଲ୍, ସାଉଥାମ୍ପଟନ୍ ।
ODI ସିରିଜ୍ ଖେଳସୂଚୀ : ପ୍ରଥମ ମ୍ୟାଚ୍: ୧୪ ଜୁଲାଇ; ଏଜବାଷ୍ଟନ୍, ବର୍ମିଂହାମ, ଦ୍ୱିତୀୟ ମ୍ୟାଚ୍: ୧୬ ଜୁଲାଇ ସୋଫିଆ ଗାର୍ଡେନ୍ସ, କାର୍ଡିଫରେ, ତୃତୀୟ ମ୍ୟାଚ୍ – ୧୯ ଜୁଲାଇ, ଲର୍ଡସ୍, ଲଣ୍ଡନ ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି ।, ଟିମ୍ ଇଣ୍ଡିଆ ମାଞ୍ଚେଷ୍ଟରରେ ଚତୁର୍ଥ ଟେଷ୍ଟ୍ ଖେଳୁଛି । ଏପର୍ଯ୍ୟନ୍ତ ଭାରତ ଏହି ସିରିଜରେ ୨-୧ରେ ପଛୁଆ ଅଛି । ୨୦୨୫ରେ ଭାରତର ଗସ୍ତ ଚଳିତ ବର୍ଷ ୨୦ ଜୁନ୍ ରେ ଆରମ୍ଭ ହୋଇଥିଲା । ଏହି ଦୁଇ ଦଳ ମଧ୍ୟରେ ଶେଷ ଟେଷ୍ଟ୍ ମ୍ୟାଚ୍ ୩୧ ଜୁଲାଇରୁ ୪ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ ।
