ଭୁବନେଶ୍ୱର, ୦୨/୦୭ : ଜୁଲାଇ ୧୮ରେ ହେବ ଶ୍ରୀମନ୍ଦିରର ବୈଷୟିକ ଯାଞ୍ଚ । ରତ୍ନଭଣ୍ଡାର ସମେତ ଶ୍ରୀମନ୍ଦିରର ବିଭିନ୍ନ ସଂରଚନାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ) ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍ଜେଟିଏ)ର ମିଳିତ ଟିମ୍ ପୁରୀରେ ପହଞ୍ଚି ବିସ୍ତୃତ ବୈଷୟିକ ଯାଞ୍ଚ କରିବେ । ଏହି ଯାଞ୍ଚ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏଏସ୍ଆଇକୁ ଆନୁଷ୍ଠାନିକ ଭାବେ ଚିଠି ପଠାଯାଇଛି । ଜୁଲାଇ ୧୮ ତାରିଖରେ ବିଶେଷଜ୍ଞ ଟିମ୍ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି, ସୁରକ୍ଷା ଏବଂ ସଂରକ୍ଷଣ ସମ୍ପର୍କରେ ବୈଷୟିକ ଅନୁଧ୍ୟାନ କରିବେ ।