ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ : ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ, ୨୨/୧୦ : ବିହାର ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ତେଜସ୍ୱୀ ଯାଦବ । ସେ କହିଛନ୍ତି, ଜୀବିକା ଦିଦିଙ୍କୁ ସେ ମାସିକ ୩୦ ହଜାର ଟଙ୍କା ଆଉ ସରକାରୀ ଚାକିରିଆର ମର୍ଯ୍ୟାଦା ଦେବେ । ଏହାସହ ବିହାରରେ ତାଙ୍କ ସରକାର ହେଲେ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ତେବେ ଏହାପୂର୍ବରୁ, ତେଜସ୍ୱୀ ଯାଦବ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କ ସରକାର ଗଠନ ହେବାର ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାରକୁ ସରକାରୀ ଚାକିରି ମିଳିବ। ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିବା ସହିତ କହିଛନ୍ତି, ମହିଳାଙ୍କୁ ଲାଞ୍ଚ ଭାବରେ ୧୦,୦୦୦ ଟଙ୍କା ଦିଆଯାଇଛି , ଯାହାକୁ ଏହି ସରକାର ଫେରାଇନେବେ । ସମଗ୍ର ବିହାର ବର୍ତ୍ତମାନର ସରକାରଙ୍କ ଉପରେ କ୍ରୋଧିତ, ଡବଲ-ଇଞ୍ଜିନ ସରକାର ଭିତରେ ଦୁର୍ନୀତି ଏବଂ ଅପରାଧ ବ୍ୟାପିଛି। ଏହି ସରକାର ଆମର ଯୋଜନାଗୁଡ଼ିକୁ ନକଲ କରିଛି ।

 

SBI_Festive_Digital Billboard