ହାଇଦ୍ରାବାଦ, ୮/୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ନେଇ ଚର୍ଚ୍ଚାର ଅଂଟା ଘଟାଇଛନ୍ତି । ସେ ନିଜକୁ ବେଶ୍ ସୁସ୍ଥ ଥିବା କହିଛନ୍ତି। ଏଣୁ ରାଜ୍ୟବାସୀ ଯଦି ଚାହିଁବେ ତାଙ୍କୁ ଆଉ ୧୦ବର୍ଷ ମୁଖ୍ୟମନ୍ତ୍ରୀ ନିର୍ବାଚିତ କରିପାରିବେ ବୋଲି କହିଛନ୍ତି। ଗଣମାଧ୍ୟମରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହୁଏତ ପଦରୁ ଇସ୍ତଫା ଦେଇ ତାଙ୍କ ଉତ୍ତରାଧିକାରୀ ଚୟନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରିଦେଇଛନ୍ତି।
ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା କାହିଁକି ଦେବେ ଓ ଉତ୍ତରାଧିକାରୀ କାହିଁକି ଚୟନ କରିବେ ଏନେଇ ହେଉଥିବା ଚର୍ଚ୍ଚାର କାରଣ ମଧ୍ୟ ସେ ନିଜେ ଜାଣି ନଥିବା କାର୍ଯ୍ୟକ୍ରମରେ କହିଛନ୍ତି। ତେବେ ଆଗକୁ ଏପରି କୌଣସି ପ୍ରକାର ଆଲୋଚନାରୁ ବିରତ ରହିବା ଲାଗି କେସିଆର ତାଙ୍କ ମନ୍ତ୍ରୀ ଓ ବିଧାୟକମାନଙ୍କୁ ସତର୍କ କରିଦେଇଛନ୍ତି।