ଖସୁଛି ତାପମାତ୍ରା, ବଢ଼ୁଛି ଶୀତ; ୯ ଡିଗ୍ରି ତଳେ ସୋନପୁର

ଭୁବନେଶ୍ୱର, ୧/୧୨ : ରାଜ୍ୟରେ ଧୀରେ ଧୀରେ ରାତ୍ରି ତାପମାତ୍ରା ଖସିବାରେ ଲାଗିଛି। ଫଳରେ ଶୀତ ବଢ଼ିବା ଆରମ୍ଭ ହୋଇଗଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ଖସିଆସିଥିବା ବେଳେ ୨ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟର ୧୩ ସହର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। ସୋନପୁରଠାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା‌ ୯ ଡିଗ୍ରି ରେକର୍ଡ ହୋଇଛି।

ସେହିପରି ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରହିଥିବାବେଳେ ଅନୁଗୁଳରେ ୧୦.୬ ଡିଗ୍ରୀ, ଝାରସୁଗୁଡ଼ା ୧୩.୨ ଡିଗ୍ରୀ, ବାରିପଦା ୧୨.୪ ଡିଗ୍ରୀ, କେନ୍ଦୁଝର ୧୨.୦ ଡିଗ୍ରୀ, ଭବାନୀପାଟଣା ୧୨.୮ ଡିଗ୍ରୀ, ବଲାଙ୍ଗୀର ୧୪.୦ ଡିଗ୍ରୀ, କୋରାପୁଟ, ୧୩.୦ ଡିଗ୍ରୀ, ଫୁଲବାଣୀ ୧୧.୩ ଡିଗ୍ରୀ, ତାଳଚେର ୧୫.୦ ଡିଗ୍ରୀ, କଟକ ୧୪.୮ ଡିଗ୍ରୀ ଓ ସୁନ୍ଦରଗଡ଼ ୧୫.୦ ଡିଗ୍ରୀ ରହିଛି ।

ଆସନ୍ତା ୪/୫ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସେମିତି କୌଣସି ବିଶେଷ ପରିବର୍ତନ ପରିଲକ୍ଷିତ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।