ଚିନ୍ତା ବଢ଼ାଉଛି ଡେଲ୍‌ଟା ପ୍ଲସ୍‌

ନୂଆଦିଲ୍ଲୀ: କିଙ୍ଗ୍‌ସ କଲେଜ, ଲଣ୍ଡନ ଦ୍ୱାରା ହୋଇଥିବା ଏକ ଅଧ୍ୟୟନନୁସାରେ ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ ଚିନ୍ତା ବଢ଼ାଇପାରେ । ଏଥିରେ ଆକ୍ରାନ୍ତ ହେଉଥିବା ଲୋକଙ୍କଠାରେ ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟିନାଲ୍‌ ସମସ୍ୟା ଦେଖିବାକୁ ମିଳୁଛି । ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି । ବାନ୍ତି ହେବା ସହ କ୍ଷୁଧାଶକ୍ତି ପ୍ରଭାବିତ ହେଉଛି । ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେଉଛି ।

ସୂଚନାନୁଯାୟୀ , ଏଭଳି ଲକ୍ଷଣ ପ୍ରକାଶ ପାଇବା କ୍ଷଣି କୋଭିଡ ଟେଷ୍ଟ କରାଇନେବା ଆବଶ୍ୟକ ବୋଲି ଲଣ୍ଡନର ଗବେଷକମାନେ କହିଛନ୍ତି । ଏହା ଫୁସ୍‌ଫୁସ୍‌ କୋଷର ‘ରିସେପ୍ଟର’କୁ ପ୍ରଭାବିତ କରିବାରେ କ୍ଷମତା ରଖିଛି। ଏମିତି କି ମନୋକ୍ଲୋନାଲ୍‌ ଆଣ୍ଟିବଡି ଚିକିତ୍ସାକୁ ଏହା ନିଷ୍କ୍ରିୟ କରିଦେଇ ପାରିବ। ଏହି ଭାରିଆଣ୍ଟର ଅତ୍ୟନ୍ତ ସ୍ୱଳ୍ପ ମାତ୍ରା ଦ୍ୱାରା ଜଣେ ଅନ୍ୟ ଜଣଙ୍କୁ ଆକ୍ରାନ୍ତ କରିପାରିବ । ଫଳରେ ଅଧିକରୁ ଅଧିକ ଲୋକ କମ୍‌ ସମୟରେ ସଂକ୍ରମିତ ହେବା ଆଶଙ୍କା ରହିଛି।