ନୂଆଦିଲ୍ଲୀ, ୨୧/୧୦ : ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ସଂଗଠନ ତାଲିବାନ ଏକ ବଡ଼ ଆକ୍ରମଣ କରିଛି । ଏହି ଆକ୍ରମଣରେ ଅତି କମରେ ୩୪ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଆଫଗାନିସ୍ତାନର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି। ତେବେ ସେଥିରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
କୁହାଯାଉଛି ଯେ ସୁରକ୍ଷାବାହିନୀ ଏକ ଅପରେସନ୍ କରିବାକୁ ଯାଉଥିବାବେଳେ ତାଲିବାନ ଆତଙ୍କବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ତାଲିବାନ ପକ୍ଷରୁ ଏହି ଆକ୍ରମଣ ବାବଦରେ କୌଣସି ପ୍ରତିକ୍ରିୟା ଆସିନାହିଁ।