ଶ୍ରୀନଗରରେ ଆତଙ୍କୀ ଆକ୍ରମଣ: ପୋଲିସକର୍ମୀ ସହିଦ, ଝିଅ ଗୁରୁତର

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ଜଣେ ପୋଲିସକର୍ମୀ ସହିଦ ହୋଇଥିବା ବେଳେ ତାଙ୍କ ଝିଅ ଗରୁତର ଆହତ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କ ଉପରକୁ ଆକ୍ରମଣ ହେଇଥିବା ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଜମ୍ମୁକାଶ୍ମୀରରେ ଆତଙ୍କବାଦୀମାନେ ନିଜ ଏଭଳି କାର୍ଯ୍ୟରୁ କେବେବି ବିରତ ହେଉନାହାନ୍ତି । ସୂଚନା ଅନୁସାରେ, ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସୈଫୁଲ୍ଲାହ କାଦରୀ ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କର ଚିକିତ୍ସା ଚାଲୁ ରହିଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି ।

ସୈଫୁଲ୍ଲାହଙ୍କ ସହିତ ତାଙ୍କ ଝିଅ ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି । ଝିଅର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆକ୍ରମଣର ଖବର ପାଇ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସ୍ଥାନୀୟ ଅଞ୍ଚଳକୁ ଘେରାଉ କରିବା ସହ ଆତଙ୍କୀମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ପୋଲିସ । ଏନେଇ ଜମ୍ମୁ କାଶ୍ମୀର ପୋଲିସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।