ଜାମ୍ମୁ କାଶ୍ମୀର, ୧୯/୧୦ : ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସୁନ୍ଦରପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଆଜି ସନ୍ଧ୍ୟାରେ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଇନ୍ସପେକ୍ଟରଙ୍କ ଉପରେ ଆକ୍ରମଣ କରିଥିଲେ। ସୂତ୍ରରୁ ପ୍ରକାଶ ଯେ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କୁ ଧରିବା ପାଇଁ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି।
ଏହି ଆକ୍ରମଣରେ ଇନ୍ସପେକ୍ଟରଙ୍କ ମୁଣ୍ଡରେ ଗୁଳି ବାଜିଛି। ଆହତ ଇନ୍ସପେକ୍ଟରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍ସପେକ୍ଟର ମହମ୍ମଦ ଆଶରଫ ଭଟ୍ଟ ବୋଲି ଜଣାପଡିଛି।