୨୦୨୭ରେ ଗୁଜରାଟରେ ସରକାର ଗଢ଼ିବ ଆପ୍: କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିକୁ ରାଷ୍ଟ୍ରୀୟ ଦଳର ମାନ୍ୟତା ମିଳିବା ପରେ ଦିଲ୍ଲୀରେ ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦଳର ରାଷ୍ଟ୍ରୀୟ ଅଧିବେଶନରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଦଳର ଲକ୍ଷ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍ ସରକାର ଗଢ଼ିବ । ଦଳୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିବା ବେଳେ ସେ କହିଥିଲେ ଯେ ଭଗବାନ ଭାରତକୁ ଠିକ୍ କରିବା ପାଇଁ ଆମ୍ ଆଦ୍ମୀ ପାର୍ଟିକୁ ହିଁଁ ବାଛିଛନ୍ତି ।

ଗତ ୫ରୁ ୭ ବର୍ଷ ମଧ୍ୟରେ ଦିଲ୍ଲୀରେ ୧୨.୩୦ ଲକ୍ଷ ଲୋକଙ୍କୁ ରୋଜଗାର ମିଳିଥିବା କେଜ୍ରିୱାଲ ଦୃଢ଼ତାର ସହ କହିଥିଲେ । ସେହିପରି ପଞ୍ଜବରେ ୨୧ହଜାର ଲୋକଙ୍କୁ ସରକାରୀ ଚାକିରି ମିଳିଥିବା ସେ କହିଛନ୍ତି । ଦିଲ୍ଲୀ ସାରା ଦେଶକୁ ଦେଖାଇଦେଇଛି କି ବେରୋଜଗାରୀ ଓ ମହଙ୍ଗାରୁ କିପରି ସମାଧାନ କରାଯାଇପାରେ । ଯଦି ଦେଶର ସବୁ ଲୋକ ଏକତ୍ର ମିଳିମିଶି କାମ ନକରିବେ ତେବେ ଦେଶ କେବେବି ଆଗକୁ ବଢ଼ିପାରିବ ନାହିଁ ବୋଲି କେଜ୍ରିୱାଲ ଏହି ଅବସରରେ କହିଛନ୍ତି ।