ରାଜଧାନୀରେ ପାଣି ସୁଅରେ ଭାସିଯାଇଥିବା ଦଶମ ଶ୍ରେଣୀ ଛାତ୍ରର ମିଳିଲା ମୃତଦେହ

ଭୁବନେଶ୍ୱର,୨୦/୯: ରାଜଧାନୀ ଭୁବନେଶ୍ୱରରେ ପାଣି ସୁଅରେ ଭାସି ଯାଇଥିବା ଦଶମ ଶ୍ରେଣୀର ଛାତ୍ରଙ୍କର ମୃତଦେହ ଚିହ୍ନଟ ହୋଇଛି। ସେ ‌ଜ୍ୟୋତିପ୍ରକାଶ ବେହେରା ଓରଫ୍ ରାଜା ବୋଲି ତାଙ୍କର ମାଉସୀ ଏମ୍ସରେ ଚିହ୍ନଟ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ,୧୮ ଘଣ୍ଟାର ଅପରେସନ ପରେ ପଞ୍ଚସଖା ନଗର ମୁଖ୍ୟ ଡ୍ରେନ୍ ନିକଟ ବୁଦା ଭିତରୁ ମୃତଦେହକୁ ଉଦ୍ଧାର କରାଯାଇଛି । କାଲିଠାରୁ ନିଖୋଜ ଥିଲେ ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶ। ମୁକୁଳା ଡ୍ରେନରେ ଭାସିଯାଇ ସେ ନିଖୋଜ ଥିଲେ। ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ।

ଛାତ୍ର ଜଣକ ଶିରିପୁର ଶତାବ୍ଦୀ ନଗର ବ୍ୟାଙ୍କ କଲୋନିର। ପ୍ରବଳ ବର୍ଷା ପରେ ‌ଡ୍ରେନରେ ଚାଲିଥିବା ପାଣି ସୁଅରେ ପଡ଼ିଯିବାରୁ ଭାସି ଯାଇଥିଲେ ଛାତ୍ର ଜଣକ। ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଛାତ୍ର ଜଣକ ଡ୍ରେନ ପାଖ ଦେଇ ଆସୁଥିବା ବେଳେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଡ୍ରେନରେ ପଡ଼ି ଭାସିଯାଇଥିଲେ ।