ମାଲକାନଗିରି, ୮/୧୧ : ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ଅଭୟ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ ଆର୍ କେ ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ବିଏସଏଫ ଆଇଜି ଏମ ଏସ ଶର୍ମା ଓ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିମ ଅହମ୍ମଦ ଖାନ ମଧ୍ୟ ଅଛନ୍ତି । ଡିଜିପି ପ୍ରଥମେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପରେ ପହଞ୍ଚି ସ୍ଥିତ ସମୀକ୍ଷା କରିଥିଲ। ପରେ ସେଠାରୁ ମାଲକାନଗିରି ଏସପି କାର୍ଯ୍ୟଳୟ ଗସ୍ତ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଡିଜିଙ୍କ ଗ୍ରସ୍ତ ଯୋଗୁଁ ଆଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଏହା ପରେ ସମଗ୍ର ଲାଲ୍ ଇଲାକାକୁ ନିଜ କବଜାକୁ ନେଇଥିବା ପୁଲିସ ଯବାନ ସହ ଆଲୋଚନା କରିଥିଲେ। ତେବେ ଏହି ବିଏସଏଫ କ୍ୟାମ୍ପକୁ ବିରୋଧ କରୁଥିବା ଆଦିବାସୀ ଲୋକଙ୍କ ସହ ମଧ୍ୟ ସିଧା ସଳଖ ଆଲୋଚନା କରିଥିଲେ ପୋଲିସ ଡିଜି ଶ୍ରୀ ଅଭୟ । ବିଏସଏଫ ବାହିନୀ ସେଠାରେ ପହଞ୍ଚିବା ପରେ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଡିଜିପି ।