ପାରାଦୀପ,୨୪/୫: ଦିନକୁ ଦିନ ସମତରେ ମାନବିକତା ଲୋପ ପାଇବାକୁ ଯାଉଛି । ମୋବାଇଲ ଚୋରି କରିବା ଅଭିଯୋଗରେ ପାରାଦୀପରେ ଜଣେ ଯୁବକଙ୍କୁ ଏଭଳି ଦଣ୍ଡ ମିଳିଛି, ଯାହା ବିଷୟରେ ଆପଣ କେବେ ଭାବି ବି ପାରିବେ ନାହିଁ । ଟ୍ରକରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଯୁବକଙ୍କ ମିଳିଛି ଅମାନବୀୟ ଦଣ୍ଡ । ମୋବାଇଲ ଚୋରି କରିବାରୁ ଗାଡି ଆଗରେ ଝୁଲାଇଦେଇଥିଲେ ଟ୍ରକ୍ ଡ୍ରାଇଭର । ଏଭଳି ଏକ ଅଭାବନୀୟ ଘଟଣା ପାରାଦୀପ ଚଣ୍ଡିଖୋଲ-ପାରାଦୀପ ୫ ନମ୍ବର ଜାତୀୟ ରାଜପଥର ଭୂତମୁଣ୍ଡାଇ ନିକଟରେ ଘଟିଯାଇଛି ।
ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ମୋବାଇଲ ଚୋରି କରି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ କିଛି ଟ୍ରକ ଡ୍ରାଇରଭଙ୍କ ହାବୁଡରେ ପଡିଥିଲା । ପରେ ଟ୍ରକ୍ ଡ୍ରାଇଭରମାନେ ଚୋର ବେକରେ ଜୋତାମାଳ ପିନ୍ଧାଇ ଟ୍ରକ୍ ଆଗରେ ବାନ୍ଧି ଗାଡି ଚଲାଇଥିଲେ । କେବଳ ଏତିକି ନୁହେଁ, ଏହାର ଏକ ଭିଡିଓ ରେକର୍ଡିିଂ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏବେ ଭିଡିଓଟି ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି ।