ଆଜିଠୁ ଆରମ୍ଭ ହେବ ଫଟାଫଟା କ୍ରିକେଟର ଲିଗ୍ ଆଇପିଏଲ୍

ନୂଆଦିଲ୍ଲୀ, ୨୮/୦୩ : ଆଜିଠୁ ଆରମ୍ଭ ହେବ ଫଟାଫଟା କ୍ରିକେଟର ଲିଗ୍ ଆଇପିଏଲ୍ । ଉଦଘାଟନୀ ମୁକାବିଲାରେ ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହେବେ । ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ରାତି ୭.୩୦ରେ ଖେଳାଯିବ। ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ଆହତ କାରଣରୁ ଇଶାନ କିଷାନ SRH ର ନେତୃତ୍ୱ ନେଉଥିବା ବେଳେ, ରଜତ ପାଟିଦାର RCB ର ଅଧିନାୟକ ଅଛନ୍ତି । ୧୯ତମ ଆଇପିଏଲ୍ ସଂସ୍କରଣରେ ଚଳିତ ବର୍ଷ ୧୦ଟି ଦଳ ଭାଗ ନେଇଛନ୍ତି । ଗତ ବର୍ଷ ଜୁନ୍ ୪ ତାରିଖରେରେ ଆର୍ ସିବିର ଆଇପିଏଲ୍ ବିଜୟ ଉତ୍ସବରେ ବେଳେ ଷ୍ଟାଡିୟମ୍ ବାହାରେ ୧୧ ଜଣଙ୍କ ପ୍ରାଣହାନୀ ହୋଇଥିଲା । ଫଳରେ ଏହି ଷ୍ଟାଡିୟମ୍ ରେ ସେଠାରେ ଆଉ ମ୍ୟାଚ୍ ହୋଇ ନଥିଲା । କର୍ଣ୍ଣାଟକ ସରକାରଙ୍କ ଅନୁମତି ପରେ ଏଠାରେ ମ୍ୟାଚ୍ ଆୟୋଜନ ହେଉଛି । କିନ୍ତୁ ଏହି ୧୧ ଦିଂବଗନ୍ତଙ୍କ ସ୍ମୃତି ଉଦେଶ୍ୟରେ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଓ ଆର୍ ସିବି ପରିଚାଳକ ଷ୍ଟାଡିୟମ୍ ରେ ୧୧ ସିଟ୍ ଫାଙ୍କା ରଖିବାକୁ ଘୋଷଣା କରିଛନ୍ତି ।