ଭୁବନେଶ୍ବର,୨୮/୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କ୍ୟାବିନେଟରେ ଏକ ଐତିହାସିକ ଘୋଷଣା କରିଛନ୍ତି। ସରକାରୀ ସ୍କୁଲ୍ରେ ପଢିଲେ ଡାକ୍ତରୀ ଇଂଜିନିୟରିଂ ପଢାରେ ସଂରକ୍ଷଣ ମିଳିବ ବୋଲି ନିଷ୍ପତ୍ତି ନେଇଛନ୍ତି ।
ସର୍ବ ଭାରତୀୟ ସ୍ତରରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଡିଶାର ସରକାରୀ ହାଇସ୍କୁଲ ଓ କଲେଜମାନଙ୍କରେ ମେଧାବୀ ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ହ୍ରାସ ପାଉଛି। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ସ୍ବତନ୍ତ୍ର କୋଚିଂ ପାଇପାରୁନାହାନ୍ତି । ସେଥିପାଇଁ କୋଚିଂ ସେଣ୍ଟରର ଆବଶ୍ୟକତା ରହିଛି। ଯାହାକି ଗ୍ରାମାଞ୍ଚଳରେ ସମ୍ଭବ ନୁହେଁ। ତେଣୁ ଡାକ୍ତରୀ, ଇଞ୍ଜିନିୟରିଂରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ସୁବିଧା ମିଳିବ ।
ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ ହେବ। ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କମିଟି ଅଧ୍ୟକ୍ଷ ଭାବେ ରହିବେ। ୩ ମାସରେ ସରକାରଙ୍କୁ ରିପୋର୍ଟ ଦେବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି । କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ।