ନୂଆଦିଲ୍ଲୀ,୧୮ /୪ : ଆଜି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ୨୦୨୧ ଜେଇଇ (ମେନ) ପ୍ରବେଶିକା ପରୀକ୍ଷା ସ୍ଥଗିତ ପାଇଁ ଘୋଷଣା କରିଛି । ଚଳିତ ମାସ ୨୮, ୨୮ ଓ ୩୦ ତାରିଖରେ ହେବାକୁ ଥିବା ମେନ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଦେଶରେ ବୃଦ୍ଧି ପାଉଥିବା କରୋନାର ସାନି ସଂକ୍ରମଣକୁ ଦୃଷ୍ଟିରୁ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି ପରୀକ୍ଷା ହୋଇଥାନ୍ତା ତାହେଲେ ପରୀକ୍ଷାର୍ଥୀମାନେ ସେମାନଙ୍କ ଘରକୁ ଫେରିବା ପରେ ସ୍ଥିତି ଜଟିଳ ହୋଇପଡ଼ିଥାଆନ୍ତା। ତେଣୁ ଜେଇଇର ତୃତୀୟ ତଥା ଏପ୍ରିଲ ସେସନକୁ ସ୍ଥଗିତ ରଖାଯାଇଛି। ଏହି ପରୀକ୍ଷା ପୁଣି କେବେ ଅନୁଷ୍ଠିତ ହେବ ସେ ନେଇ ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି ଜଣାଇବେ। ପରୀକ୍ଷା ହେବାର ଅନ୍ତତଃ ୧୫ ଦିନ ପୂର୍ବରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରୀକ୍ଷା ପରିଚାଳନା ସଂସ୍ଥା କହିଛି।