ଲୋକମାନେ ବିଭିନ୍ନ ପ୍ରକାରର ସାବୁନ୍ ବ୍ୟବହାର କରୁଛନ୍ତି । ଏହି ସାବୁନଗୁଡ଼ିକର ମୂଲ୍ୟ ସାଧାରଣତଃ ୫ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ଭିତରେ ରହିଛି । ହେଲେ ଦୁନିଆରେ ଏପରି ବି ସାବୁନ୍ ରହିଛି ଯାହାର ମୂଲ୍ୟ ଶହେ କି ହଜାର ନୁହେଁ ବରଂ ଦୁଇ ଲକ୍ଷ ଟଙ୍କାରୁ ଅଧିକ । ଲେବାନନର ତ୍ରିପୋଲିରେ ଏହି ସାବୁନ ତିଆରି ହୋଇଥାଏ । ତିଆରି ହେବା ପରେ ସାବୁନଟି ‘ଦି ଖାନ୍ ଅଲ୍ ସାବୁନ୍’ ନାଁରେ ବିକ୍ରି ହୋଇଥାଏ । ଏହି ପରିବାର ସାବୁନଠାରୁ ଆରମ୍ଭ କରି ସ୍କିନ୍କେୟାର ପ୍ରଡକ୍ଟ୍ ବିକ୍ରି କରିଥାନ୍ତି ।
ଜିନିଷଗୁଡ଼ିକ ତିଆରି କରିବା ସମୟରେ ସେମାନେ ଶୁଦ୍ଧ ଓ ପ୍ରାକୃତିକ ସାମଗ୍ରୀର ବ୍ୟବହାର କରୁଥିବା କଥା କୁହନ୍ତି । ଏଭଳି ଏକ ମହଙ୍ଗା ସାବୁନ ତିଆରି କରିବା ପାଇଁ ୧୭ ଗ୍ରାମ୍ ଶୁଦ୍ଧ ସୁନାର ଗୁଣ୍ଡ, ହୀରା ଗୁଣ୍ଡ, ଜାତୁନ୍ ତେଲ, ମହୁ ଓ ଖଜୁରୀର ବ୍ୟବହାର କରାଯାଇଥାଏ । ସାବୁନଟିରେ ସୁନା ଓ ହୀରା ବ୍ୟବହାର କରାଯାଇଥିବାରୁ ଏହା ବିଶ୍ୱର ସବୁଠୁ ମହଙ୍ଗା ସାବୁନ୍ ଭାବେ ଜନାଦୃତ ହୋଇଛି । ସାବୁନ୍ର ମୂଲ୍ୟ ୨,୮୦୦ ଡଲାରମାନେ ଭାରତୀୟ ମୁଦ୍ରାରେ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ।
