ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦେଶର ୧୧ ଜଣ ପିଲାଙ୍କୁ ଅସାଧାରଣ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ୨୦୨୩ ପ୍ରଦାନ କରିବେ । ପ୍ରତ୍ୟେକ ବିଜେତାଙ୍କୁ ଗୋଟିଏ ପଦକ, ୧ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ । ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ମଙ୍ଗଳବାର ପିଏମଆରବିପି ବିଜେତାମାନଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି ।
ଏକ ସରକାରୀ ବିବୃତ୍ତି ଅନୁଯାୟୀ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବେ । ରାଷ୍ଟ୍ରପତି ବାଲ୍ ପୁରସ୍କାର ଗ୍ରହଣ କରିଥିବା ପିଲାମାନଙ୍କ ମଧ୍ୟରେ ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ ଜଣ ବାଳକ ଏବଂ ୫ ଜଣ ବାଳିକା ଅଛନ୍ତି ।
