ଷ୍ଟ୍ରିଟ ଭେଣ୍ଡରମାନଙ୍କ ପାଇଁ ଲାଗୁ ହେବ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍‌ ଭେଣ୍ଡରସ୍ ଆତ୍ମନିର୍ଭର ନିଧି ଯୋଜନା

ଭୁବନେଶ୍ୱର, ୨୮/୭: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପଦକ୍ଷେପରେ ଏବେ ଭୁବନେଶ୍ୱରରେ ଉପଲବ୍ଧ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡରସ ଆତ୍ମନିର୍ଭର ନିଧି ଯୋଜନା। ସ୍ୱତନ୍ତ୍ର ଭାବେ ଏହା ଷ୍ଟ୍ରିଟ ଭେଣ୍ଡରମାନଙ୍କ ପାଇଁ ଲାଗୁ ହେବ । ମାଇକ୍ରୋ କ୍ରେଡ଼ଟି୍ ସ୍କିମ୍ ବା କ୍ଷୁଦ୍ର ଋଣ ଯୋଜନା ଜରିଆରେ ଋଣ ଦିଆଯିବ। ଗତ ଜୁନ୍ ୧ ତାରିଖରୁ ସରକାରଙ୍କ ଦ୍ୱାରା ଏହି ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ରାଜ୍ୟ ସ୍ତରରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗଙ୍କ ନିର୍ଦ୍ଦଶେ କ୍ରମେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥାରେ ଏହାର ରୂପାୟନ କରାଯାଉଅଛି। ଆଜି ପୂର୍ବ।ହ୍ନରେ ଭୁବନେଶ୍ୱର ମହାନଗର ନିଗମରେ ବସିଥିବା ବୈଠକରେ ନିଷ୍ପତି ନିଆଯାଇଛି । ଭୁବନେଶ୍ୱରରେ ୨୪ ମାର୍ଚ୍ଚ-୨୦୨୦ ପୂର୍ବରୁ ଥିବା ସମସ୍ତ ଷ୍ଟ୍ରିଟ ଭେଣ୍ଡର ଏହି ଯୋଜନାରେ ସାମିଲ ହେବେ ।

୭ ପ୍ରତିଶତ ସୁଧ ହାରରେ ବିନା ଅମାନତରେ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ଋଣ ଯୋଗାଇ ଦିଆଯିବ । ବିନା ବନ୍ଧକରେ ୧୦ ହଜ଼ାର ଟଙ୍କା ଯାଏ ସର୍ବାଧିକ ଋଣ ଦିଆଯିବ । ଭୁବନେଶ୍ୱରରେ ୨୧୪୮୩ ଜଣ ଭେଣ୍ଡର ଏହି ଯୋଜନାରେ ଲାଭବାନ ହେବେ । ଋଣ ପାଇଁ ଅନ ଲାଇନରେ ଆବେଦନ କରିବେ । ଯେଉ ବୁଲାବିକାଳି ପୌରସଂସ୍ଥା ଠାରୁ ପ୍ରମାଣପତ୍ର ପାଇଥିବେ, ସର୍ଭରେ ଚିହ୍ନଟ ହୋଇଥିବେ, ୪ ମାର୍ଚ୍ଚ-୨୦୨୦ ପର୍ଯ୍ୟନ୍ତ ବେପାର କରୁଥିବାର ପ୍ରମାଣ ପୌରସଂସ୍ଥା କିମ୍ବା ଟାଉନ୍ ଭେଣ୍ଡିଂ କମିଟି ଠାରୁ ପାଇଥିବେ ଏବଂ ଆଖପାଖର ବୁଲାବିକାଳି ଦୈନିକ ଆସି ସହର ମଧ୍ୟରେ ବେପାର କରୁଥିବାର ସୁପାରିଶ ପତ୍ର ପୌରସଂସ୍ଥା କିମ୍ବା ଟାଉନ୍ ଭେଣ୍ଡିଂ କମିଟି ଠାରୁ ପାଇଥିବେ ସେମାନେ ଏହି ସ୍କିମ୍ ର ହିତାଧତ୍କାରୀ ହୋଇପାରିବେ । ବିଏମସି ଡ଼।ଇରେକ୍ଟର ସାରଦା ପ୍ରସନ୍ନ ପଣ୍ଡା ଏବଂ ଆଡ଼ଶିନାଲ୍ କମିଶନର ବି.ଏମ୍.ସି ସୁରଥ ଚନ୍ଦ୍ର ମଲ୍ଲିକଙ୍କ ଉପସ୍ଥିତିରେ ପ୍ରାୟ ୨୫ ଗୋଟି ବ୍ୟାଙ୍କ୍ ର କର୍ମକର୍ତ।ଙ୍କୁ ନେଇ ଏହି ଯୋଜନା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।