୩୦ ମିନିଟ ଧରି ନାଗ ସାପ ସହ ଲଢ଼ିଲା ପୋଷା ନେଉଳ, ଶେଷରେ ……

ବାଲିପାଟଣା, ୧୪/୧୧ : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ମହୁଖଣ୍ଡା ଗ୍ରାମରେ ସାପ ଏବଂ ନେଉଳ ମଧ୍ୟରେ ଜୋରଦାର୍ ଲଢେଇ ହୋଇଛି । ୩୦ ମିନିଟ ଧରି ଚାଲିଥିବା ଏହି ଲଢେଇରେ ସାପଟିର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୧ଟା ସମୟରେ ସେହି ଗ୍ରାମର ଆଦିତ୍ୟ ପ୍ରସାଦ ସିଂଙ୍କ ଘର ଅଗଣାକୁ ଏକ ବିଷାକ୍ତ ନାଗ ସାପ ପଶି ଆସିଥିଲା । ଏହା ଦେଖି ତାଙ୍କ ପୋଷା ନେଉଳ ନାଗସାପ ସହ ଅଧଘଣ୍ଟା ଧରି ଲଢେଇ କରିଥିଲା । ଶେଷରେ ନେଉଳ ସାପକୁ ମାରି ପାଖରେ ଥିବା ଏକ ଯୋର ଭିତରକୁ ଟାଣି ନେଇଥିଲା । ସାପ ନେଉଳ ଲଢେଇ ଦେଖିବା ପାଇଁ ଲୋଳଙ୍କର ଭିଡ଼ ଜମି ଥିଲା | ଏହି ଲଢେଇ ଲୋକଙ୍କୁ ବେଶ ରୋମାଞ୍ଚିତ କରିଥିଲା।