ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଆଜିଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ସେ ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି । ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ସେ ଅନୁଗୁଳ ଯାଇ ତାଳଚେର ଫର୍ଟିଲାଇଜର୍ସର ଏକ କାର୍ଯ୍ୟକ୍ରମରେ ଯୋଗଦେବେ ।

ସେହିପରି ଆସନ୍ତାକାଲି ଅପରାହ୍ଣ ୨ଟା ସମୟରେ ଭୁବନେଶ୍ୱର ଏମ୍ସ ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ପରେ ଭୁବନେଶ୍ୱର ଏମ୍ସର ‘ବର୍ନ ସେଣ୍ଟର’ର ଉଦ୍‍ଘାଟନ କରିବା ସହ କ୍ରିଟିକାଲ କେୟାର ହସ୍‍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହାପରେ ସେ ‘ୱାନ ଡିକେଡ୍‍ ଜର୍ଣ୍ଣିଂ ଅଫ୍‍ ଏମ୍ସ’ ପ୍ରଦର୍ଶନୀର ଶୁଭାରମ୍ଭ କରିବେ । ସେହିପରି ସନ୍ଧ୍ୟାରେ ଆରଏମ୍‍ଆରସିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।

SBI AD