ନୂଆଦିଲ୍ଲୀ, ୮/୯ : ସମଗ୍ର ବିଶ୍ୱ କରୋନା ଭୁତାଣୁ ମହାମାରୀ ଦ୍ୱାରା କବଳିତ । ଯାହାଫଳରେ ଅନେକ ଦେଶଙ୍କ ଅର୍ଥବ୍ୟବସ୍ଥା ଅତି ଗମ୍ଭୀର ସମୟ ଦେଇ ଗତି କରୁଛି । ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇ କହିଛନ୍ତି ଯେ ସାରାବିଶ୍ୱକୁ ଆଗାମୀ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ ଗ୍ରେବେସିୟସ ସୋମବାର ଦିନ କହିଛନ୍ତି କି, ସାରା ବିଶ୍ୱ ଆଗାମୀ ମହାମାରୀର ମୁକାବିଲା ନେଇ ନିଜକୁ ପ୍ରସ୍ତୁତ କରିବା ଦରକାର । ଏହାସହିତ ଅନେକ ଦେଶମାନଙ୍କୁ ସାର୍ବଜନୀନ ଭାବେ ସ୍ୱାସ୍ଥ୍ୟରେ ନିବେଶ କରିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି ।
ଚୀନ୍ର ଉହାନ ସହରରୁ ଡିସେମ୍ବର ୨୦୧୯ରେ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଦୁନିଆରେ ମହାମାରୀର ରୂପ ନେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨.୭ କୋଟି ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଛନ୍ତି । ସେହିପରି ସାରା ବିଶ୍ୱରେ ୮,୮୮,୩୨୬ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟାଳୟରେ ଏକ ସମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ କହିଛନ୍ତି ଯେ, କରୋନା ମହାମାରୀ ଶେଷ ଭାଇରସ ନୁହେଁ, ଆଗକୁ ଏପରି ଅନେକ ମହାମାରୀର ସାମ୍ନାକୁ କରିବାକୁ ପଡିବ । ଇତିହାସରେ ଆମେ ଅନେକ ପ୍ରକାରର ଭାଇରସ ସମ୍ମୁଖୀନ ହୋଇଛେ । ତେବେ ଆଗାମୀ ଭାଇରସ ନେଇ ସାରାବିଶ୍ୱକୁ ଏବେ ପ୍ରସ୍ତୁତ ରହିବାକୁ ପଡିବ । ପୂର୍ବ ଅପେକ୍ଷା ଆମକୁ ଆହୁରି ଅଧିକ ସତର୍କ ରହିବାକୁ ପଡିବ । କରୋନା ଭାଇରସ ନେଇ WHO ଏକ ଚେତାବନୀ ଜାରି କରିଛନ୍ତି । ଲମ୍ବା ସମୟ ଧରି କରୋନା ଭାଇରସ ରହିବ ।