ଭୁବନେଶ୍ୱର, ୧୬/୧୦: ରାଜଧାନୀ ଭୁବନେଶ୍ୱରରେ ଆଜିଠୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । ଆଜିଠୁ ଆରମ୍ଭ ହୋଇ ଏହା ଆଗାମୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୫ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ଏହି ସେରୋ ସର୍ଭେରେ ରାଜଧାନୀର ୨୫ଟି ୱାର୍ଡରୁ ସଂଗ୍ରହ ହେବ ରକ୍ତ ନମୁନା । ୧୫ଶହ ଜଣ ବ୍ୟକ୍ତିଙ୍କଠାରୁ କରାଯିବ ନମୁନା ସଂଗ୍ରହ । କେତେ ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ଏବଂ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ଏହି ସେରୋ ସର୍ଭେଲାନ୍ସରୁ ସ୍ପଷ୍ଟ ହେବ।