ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ହତ୍ୟା ଧମକ , ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ, ୬/୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ସୂଚନାଅନୁସାରେ ଉଦ୍ଧବଙ୍କ ବାସଭବନ ‘ମାତୋଶ୍ରୀ’ର ଲ୍ୟାଣ୍ଡ ଲାଇନକୁ ଦୁବାଇରୁ ୨ଥର ଫୋନ ଆସିଛି । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଦାଉଦ ଇବ୍ରାହିମର ଲୋକବୋଲି ଉଲ୍ଲେଖ କରି ଉଦ୍ଧବଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇଛି । ମୁମ୍ବାଇ ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି । ଉଦ୍ଧବଙ୍କୁ ଧମକ ମିଳିବା ପରେ ତାଙ୍କ ବାସଭବନର ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି ।

ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମାତୋଶ୍ରୀରେ ଟେଲିଫୋନ ଅପରେଟରଙ୍କ ନିକଟକୁ ଶନିବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ୨ଥର ଫୋନ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ଦାଉଦ୍ ଇବ୍ରାହିମର ଲୋକ ବୋଲି ଉଲ୍ଲେଖ କରି ମାତୋଶ୍ରୀକୁ ବୋମା ମାଡ଼ କରି ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଥିଲା ।