ଆଜି ବିଧାନସଭାରେ ପାରିତ ହେଲା ବସ୍ତି ବାସିନ୍ଦାମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌

ଭୁବନେଶ୍ୱର,୨/୯ : ଆଜି ବିଧାନସଭାରେ ଓଡିଶା ବସ୍ତି ବାସିନ୍ଦା ମାନଙ୍କର ଭୂମି ଅଧିକାର ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହା ଦ୍ୱାରା ଯେଉଁମାନେ ବସ୍ତି ମାନଙ୍କରେ ଦୀର୍ଘ ଦିନ ଧରି ବାସ କରୁଥିବେ, ସେମାନଙ୍କୁ ୩୦ ବର୍ଗ ମିଟର ଜାଗା ଯୋଗାଇ ଦିଆଯିବ, ଯାହା କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ପାରିବେ। ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇ ପାରିବ।

ସେହିପରି ଆଜି ଗୃହରେ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ପାରିତ ହୋଇଛି। ଆଜି ଓଡିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ଵବିଦ୍ୟାଳୟ ବିଲ ପାରିତ ହେବା ଦ୍ୱାର ଗୋଟିଏ ଅନୁଷ୍ଠାନ ଅଧିନକୁ ଆସିବ ରାଜ୍ୟର ସମସ୍ତ ମେଡ଼ିକାଲ ଓ ପାରା ମେଡ଼ିକାଲ ଶିକ୍ଷାନୁଷ୍ଠାନ । ଏହି ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଅଧିକ ଗବେଷଣା ହୋଇ ପାରିବ । ବାଚସ୍ପତି ଆସନ୍ତାକାଲି ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ବାଚସ୍ପତି।