ବଲିଉଡ ଡ଼୍ରଗ୍ସ ମାମଲା: ଏନସିବି ରାଡ଼ାରରେ ୩ ବଡ଼ ଅଭିନେତା, ‘ଏସ’, ‘ଆର’ ଏବଂ ‘ଏ’ରୁ ଆରମ୍ଭ ହେଉଛି ନାମ

ମୁମ୍ବାଇ : ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ଏବେ ତଦନ୍ତ ପ୍ରକ୍ରିୟା ତୀବ୍ର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଏହି କ୍ରମରେ, ବର୍ତ୍ତମାନ ତିନିଜଣ ବଡ ଅଭିନେତାଙ୍କ ନାମ ବାହାରକୁ ଆସୁଛି । ଏହି ତିନି ଅଭିନେତାଙ୍କ ନାମ ଯଥାକ୍ରମେ ଏସ, ଆର୍ ଏବଂ ଏ ରୁ ଆରମ୍ଭ ବୋଲି କୁହାଯାଉଛି ଏବଂ ଖୁବ୍ ଶୀଘ୍ର ଏନସିବି ଏହି ତିନି କଳାକାରଙ୍କୁ ଡକାଇବାର ପ୍ରସ୍ତୁତି ଆରମ୍ଭ କରିଛି ।
ସୂଚନାନୁସାରେ, ଏନସିବି ବର୍ତ୍ତମାନ ଏହି ତିନିଜଣଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରୁଛି। ପ୍ରମାଣ ମିଳିବା ମାତ୍ରେ ସମସ୍ତ ତିନିଜଣଙ୍କୁ ପଚରାଉଚରା ପାଇଁ ଡକାଯାଇପାରିବ । ଏନସିବି ଏହି ତିନି ବଡ କଳାକାରଙ୍କ ଫୋନକୁ ନଜରରେ ରଖିଛନ୍ତି ।