ନୂଆଦିଲ୍ଲୀ, ୦୭/୦୮ : ଜାମ୍ମୁ କାଶ୍ମୀରରେ ଯବାନଙ୍କ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଏଥିରେ ୩ଜଣ ଯବାନ ସହୀଦ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । ଗାଡ଼ିରେ ମୋଟ୍ ୨୩ ଜଣ କର୍ମଚାରୀ ରହିଥିଲେ । ବସନ୍ତ ଗଡ଼ରୁ ଏକ ଅପରେସନରୁ ଯବାନମାନେ ଫେରୁଥିବା ବେଳେ କାଣ୍ଡଭା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣାସ୍ଥଳରେ ୨ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ଆହତ ହୋଇଥିଲେ । ତେବେ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ସ୍ଥାନାନ୍ତର କରାଯାଇଥିଲା, ତେବେ ସେଠାରେ ଆଉ ଜଣେ ଯବାନ ସହୀଦ ହୋଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ଆହତ ଯବାନମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦିଆଯାଉଛି। ଜିତେନ୍ଦ୍ର ସିଂହ ସୋସିଆଲ ମିଡିଆରେ କହିଛନ୍ତି, ‘ଉଧମପୁର କାଣ୍ଡୱା-ବସନ୍ତଗଡ଼ ଅଞ୍ଚଳରେ ଏକ ସିଆରପିଏଫ ଗାଡ଼ି ସହିତ ଘଟିଥିବା ଏକ ସଡ଼କ ଦୁର୍ଘଟଣା ଖବର ଶୁଣି ମୁଁ ଦୁଃଖିତ। ଗାଡ଼ିରେ ଅନେକ ସାହସୀ ସିଆରପିଏଫ ଯବାନ ଯାତ୍ରା କରୁଥିଲେ। ମୁଁ ବର୍ତ୍ତମାନ ଡିସି ସାଲୋନି ରାୟଙ୍କ ସହ କଥା ହୋଇଛି, ଯିଏ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ମୋତେ ଅପଡେଟ୍ ଦେଉଛନ୍ତି। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସ୍ଥାନୀୟ ଲୋକମାନେ ସ୍ୱେଚ୍ଛାକୃତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ସମସ୍ତ ପ୍ରକାରର ସାହାଯ୍ୟ ସୁନିଶ୍ଚିତ କରାଯାଉଛି।