ହାତୀ ଦାନ୍ତ ଚୋରା ଚାଲାଣ ବେଳେ ଚଢ଼ାଉ : ୧୪ଖଣ୍ଡ ହାତୀ ଦାନ୍ତ ଜବତ, ୩ ମାଫିଆ ଗିରଫ

ଆନନ୍ଦପୁର , ୧/୯ : ହାତୀ ଦାନ୍ତ ଚୋରା ଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି ବନ ବିଭାଗ । ଆନନ୍ଦପୁର ଅଞ୍ଚଳରେ ଚଢାଉ ବେଳେ ହାତୀ ଦାନ୍ତ ଜବତ କରିବା ସହ ୩ ଜଣ ମାଫିଆଙ୍କୁ ଗିରଫ କରିଛି ବନ ବିଭାଗ।

ସୂଚନାଯୋଗ୍ୟ ଯେ, ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଆନନ୍ଦପୁର ବନ ବିଭାଗ ତରଫ ଚଢାଉ କରାଯାଇଥିଲା । ଚଢାଉ ବେଳେ ୩ ଜଣ ମାଫିଆଙ୍କୁ କାବୁ କରିଛି ବନବିଭାଗ । ସେମାନଙ୍କ ନିକଟରୁ ୧୪ଖଣ୍ଡ ଦାନ୍ତ ଜବତ ହୋଇଥିବାବେଳେ ଚୋରା ଚାଲାଣରେ ବ୍ୟବହୃତ ଏକ କାରକୁ ମଧ୍ୟ ଜବତ କରିଛି ବନ ବିଭାଗ । ସୋମବାର ରାତିରେ ବିଶେଷ ସୂତ୍ରରୁ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳ ବାୟାପିଟା ଗାଁରେ ବନ ବିଭାଗ ତରଫରୁ ଚଢାଉ କରାଯାଇଥିଲା ।