ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା : ୩ ଓଡ଼ିଆଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୫/୧୦ : ବୈଷ୍ଣୋଦେବୀ ପୀଠରେ ମାଆଙ୍କ ଦର୍ଶନ ସାରି ଫେରୁଥିବା ବେଳେ କଟରାରେ ୩ ଓଡ଼ିଆଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭାର ଯୋଗେନ୍ଦ୍ର ମଟାରୀ, ବିଚିତ୍ର କୁମାର ସାହୁ ଓ ତାଙ୍କ ସ୍ତ୍ରୀ କବିତା ସାହୁ । ଯୋଗିନ୍ଦ୍ର ମଟାରିଙ୍କ ସ୍ତ୍ରୀ ସ୍ନେହଲତା ଗୁରୁତର ଆହତ ହୋଇ ଜମ୍ମୁ କାଶ୍ମୀର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଗତ ୧୧ ତାରିଖରେ ତରଭାର ଦୁଇ ବନ୍ଧୁ ନିଜ ପରିବାରର ସାତ ଜଣଙ୍କ ସହିତ ଦର୍ଶନ କରିବାକୁ ବୈଷ୍ଣୋଦେବୀ ପୀଠକୁ ଯାଇଥିଲେ । ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ବୈଷବଦେବୀଙ୍କ ଦର୍ଶନ ସାରି ସମସ୍ତେ ହେଲିକପ୍ଟରରେ କଟରା ଫେରିଥିଲେ। କଟରା ହେଲିପ୍ୟାଡରୁ ଗୋଟିଏ ଅଟୋ ଭଡ଼ା କରିଥିଲେ। ଅଟୋରେ ଦୁଇ ବନ୍ଧୁଙ୍କ ପତ୍ନୀଙ୍କ ସହ ବସିଥିବାବେଳେ ଅନ୍ୟମାନେ ଚାଲିଚାଲି ଆସୁଥିଲେ। ଜାମ୍ମୁ-କଟରା ଏକ୍ସପ୍ରେସ ୱେରେ ଯାଉଥିବାବେଳେ ଏକ ବୁଲାଣିରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ବସ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବିଚିତ୍ର, ଯୋଗିନ୍ଦ୍ର ଓ ଅଚୋ ଚାଲକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ କବିତା ଓ ସ୍ନେହଲତା ଗୁରୁତର ଆହତ ହୋଇଥିଲେ । ପୋଲିସ ଓ ଉଦ୍ଧାରକାରୀ ଦଳ ସମସ୍ତଙ୍କୁ କଟରା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

SBI_Festive_Digital Billboard