ଭୁବନେଶ୍ବର, ୦୬/୦୮ : ଆଜି ୬୦ଜଣ ବୌଦ୍ଧ ସନ୍ନ୍ୟାସିନୀ କିଟ୍ ଓ କିସ୍ କ୍ୟାମ୍ପସ ପରିଦର୍ଶନ କରିଛନ୍ତି । ବୌଦ୍ଧ ସନ୍ନ୍ୟାସିନୀମାନେ କିସ ପିଲାଙ୍କ ଗହଣରେ ଦୀର୍ଘ ସମୟ ବିତାଇବା ସହ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ । କିସରେ ଏତେ ସଂଖ୍ୟକ ପିଲାଙ୍କୁ ବିନା ଦେୟରେ ଶିକ୍ଷାଦାନକୁ ନେଇ ସେମାନେ ଖୁସିବ୍ୟକ୍ତ କରିଥିଲେ। ଏହି ବ୍ୟବସ୍ଥା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ବୌଦ୍ଧ ସନ୍ନ୍ୟାସିନୀମାନେ ପ୍ରଶଂସା କରିଥିଲେ। ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆର୍ଟ ଅଫ୍ ଗିଭିଂ ବିଷୟରେ ସେମାନେ ଜାଣିବାକୁ ପାଇଥିଲେ । ସେହିପରି ନିଜ ଜୀବନକୁ ଅନ୍ୟମାନଙ୍କ ପାଇଁ ଉତ୍ସର୍ଗ କରିଥିବା ଡ. ସାମନ୍ତଙ୍କୁ ସେମାନେ ପ୍ରଶଂସା କରିଥିଲେ । କିସ ପରିଦର୍ଶନ ପରେ ଏଥିରେ ପ୍ରଭାବିତ ହୋଇ କିସ୍ କୁ ଆସିବା ଆମର ଭାଗ୍ୟ ବୋଲି ସେମାନେ କହିଥିଲେ। କିସ୍ ବିଷୟରେ ଆଗରୁ ଜାଣିଥିଲେ ମଧ୍ଯ ଏଭଳି ଅନୁଷ୍ଠାନ ଥିବା ସେମାନେ ବିଶ୍ୱାସ କରି ପାରୁ ନ ଥିଲେ । ଆଜି ବୁଲି ଦେଖିବା ପରେ ଏହା ସେମାନଙ୍କୁ ବେଶ ଆଚମ୍ବିତ କରିଛି ବୋଲି ପ୍ରକାଶ କରିଥିଲେ। ଏହାସହ ଭାରତ ଆଜି ଜଣେ ସୁରକ୍ଷିତ ବ୍ୟକ୍ତିଙ୍କ ହାତରେ ଅଛି ବୋଲି କହିଥିଲେ ।