ପାରାଦ୍ୱୀପ ବନ୍ଦର ନିଷିଦ୍ଧାଞ୍ଚଳରେ ବାଘ ବିଚରଣ

ପାରାଦ୍ୱୀପ,୨୭/୯ : ଜଗତସିଂହପୁର ଜିଲ୍ଲାର ସାମୁଦ୍ରିକ ବନ୍ଦର ପାରାଦ୍ୱୀପ ର୍ନିସିଦ୍ଧାଞ୍ଚଳରେ ବାଘ ବିଚରଣ କରୁଥିବାର ଚିତ୍ର ସିସି ଟିଭିରେ କଏଦ ହୋଇଛି l ରବିବାର ୨୬ତାରିଖ ଦିନ ସକାଳ ୬ ଟା ବାଜି ୩୭ ମିନିଟ ୫୩ ସେକେଣ୍ଡ ସମୟରେ ବାଘ ବୁଲୁଥିବାର ସଦ୍ୟ ଚିତ୍ର ସିସିଟିଭିରେ ଦୃଶ୍ୟ ମାନ ହୋଇଛି l ଯାହା ନେଇ ବନ୍ଦରାଞ୍ଚଳ ଲୋକେ ପୁଣି ଆଶା ଓ ଆଶଙ୍କାରେ ଥିବାର ଜଣାପଡିଛି l ସମ୍ପୃକ୍ତ ଘଟଣାର କିଛିଦିନ ପୂର୍ବରୁ ନିଷିଦ୍ଧାଞ୍ଚଳ ସିସିଟିଭିରେ ବାଘ ବିଚରଣ ଚିତ୍ର ଦୃଶ୍ୟ ମାନ ହୋଇଥିଲା l ଯେଉଁ ଚିତ୍ର ଭାଇରାଲ ହେବା ପରେ ବନ ବିଭାଗ ଏହାକୁ ଖଣ୍ଡନ କରିଥିଲା l ଆଉ ଜନସାଧାରଣଙ୍କୁ ଏହା ଜଙ୍ଗଲର ଏକ ପ୍ରକାରର ବିରାଡ଼ି ବୋଲି କହିବା ପରେ ସ୍ଥାନୀୟ ଲୋକଙ୍କ ମନରୁ ଆଶଙ୍କା ଟଳିଥିଲା l ମାତ୍ର ଚଳିତ ଥର ବାଘ ବିଚରଣ ଚିତ୍ରକୁ ନେଇ ବନ ବିଭାଗ ସ୍ଥାନୀୟ ଜନସାଧାରଣଙ୍କ ନିକଟରେ କି ଉତ୍ତର ରଖୁଛି ଦେଖିବାକୁ ବାକିରହିଲା l