ବାଘ ଚମଡ଼ା ଜବତ; ଜଣେ ଗିରଫ

ସମ୍ବଲପୁର, ୧୩/୧୦ : କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଉକ୍ତ ଘଟଣାରେ ଜଣେ ବ୍ୟକ୍ତି ଗିରଫ ମଧ୍ୟ ହୋଇଛି। ବାଘ ଗମଡ଼ା ବିକ୍ରି ଯୋଜନା ବେଳେ ସମ୍ବଲପୁର- ସୋନପୁର ସୀମା ଅଞ୍ଚଳରୁ ଏସଟିଏଫ ଟିମ ଦ୍ୱାରା ଚମଡ଼ା ଓ ବ୍ୟକ୍ତି ଗିରଫ ହୋଇଛି। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇ ପାରି ନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।