ନରୁଆ ଛକ ଦୁର୍ଗା ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ତିର୍ତ୍ତୋଲ, ୦୪/୦୮ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧିନସ୍ଥ ସାଗବାରିଆ (ନରୁଆ ଛକ) ସ୍ଥିତ ଦୁର୍ଗାଙ୍କ ମନ୍ଦିର ଭିତରୁ ରବିବାର ମଧ୍ୟରାତ୍ରୀରେ ଦୁର୍ବୃତ୍ତମାନେ ପଶି ମନ୍ଦିର ତାଲା ଭାଙ୍ଗିବା ସହିତ ପୀଠ ଦୁର୍ଗା ଦେବୀଙ୍କ ହୁଣ୍ଡି ଭାଙ୍ଗି ଥିବାବେଳେ ଦୁର୍ଗା ନେବୀଙ୍କ ମୃତ୍ତିରେ ଲାଗିଥିବା ଅଳଙ୍କାର ଯଥା ଚାନ୍ଦି ମୁକୁଟ, ରୂପା ବାହୁଟି, ସୁଂଥି, ସୁନା ଦୁଇ ଆଖି, ସୁନା ଟିକିଲି ସମେତ ଘଣ୍ଟ ଘଣ୍ଟି ନେଇଥିବା ବେଳେ ସେହି ମନ୍ଦିର ପରିସରରେ ଥିବା ଠାକୁରାଣୀଙ୍କ ଷ୍ଟୋର ଘରରୁ ଠାକୁରାଣୀଙ୍କ ଦୈନିକ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ପିତଳ ଗରା, ହାଣ୍ଟି, ୫ପଟ ଘଣ୍ଟ, ପିତଳ ବାଲ୍‌ଟି ଇତ୍ୟାତି ଚୋରି ହୋଇଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ମନ୍ଦିର କମିଟି ପକ୍ଷରୁ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତିର୍ତ୍ତୋଲ ପୋଲିସ ୁଆସି ମନ୍ଦିରରେ ଛାନଭିନ୍ ଜାରି ରଖିଥିବାବେଳେ ଏପର୍ଯ୍ୟନ୍ତ ଆସାମିକୁ ପାଇବାରେ ସମର୍ଥ ହୋଇପାରିନାହିଁ ।