ମମତାଙ୍କୁ ପୁଣି ଏକ ଧକ୍କା: ଦଳରୁ ଇସ୍ତଫା ଦେଲେ ଟିଏମସି ବିଧାୟକ ଜିତେନ୍ଦ୍ର ତିଓ୍ବାରୀ

କୋଲକାତା, ୧୭/୧୨ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ଅଡ଼ୁଆ ବଢ଼ିବାରେ ଲାଗିଛି। ଦଳରେ ବିଦ୍ରୋହ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଶୁଭେନ୍ଦୁ ଅଧିକାରୀଙ୍କ ପରେ ଆଜି ପୁଣି ଜଣେ ବିଧାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ଜିତେନ୍ଦ୍ର ତିଓ୍ବରୀ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି ।

ଅନ୍ୟପକ୍ଷରେ ଶ୍ରୀ ତିଓ୍ବରୀ ଇସ୍ତଫା ଦେବାର କିଛି ସମୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ପଶ୍ଚିମବଙ୍ଗ ରାଜ୍ୟ ୟୁନିଟ ସଭାପତି ସଭାପତି ଦିଲୀପ ଘୋଷ ଘୋଷଣା କରି କହିଛନ୍ତି ଯେ ଯଦି ଶ୍ରୀ ତିଓ୍ବରୀ ଆମ ଦଳରେ ଯୋଗଦେବାକୁ ଚାହାଁନ୍ତି ତେବେ ତାଙ୍କୁ ଦଳରେ ସ୍ୱାଗତ କରାଯିବ।