ପୁଣି କ୍ଷମତାକୁ ଫେରିବେ ମମତା : ଦଳ କରିଛି ସର୍ଭେ

କୋଲକାତା,୪/୧ : ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜୟଲାଭ କରିବ । ବହୁମତ ପାଇ ମୁଖ୍ୟମନ୍ତ୍ରୀ ହେବେ ମମତା ବାନାର୍ଜୀ । ଏପରି ସୂଚନା ଦେଇଛି ଟିଏମସିର ଆଭ୍ୟନ୍ତରୀଣ ସର୍ଭେ । ୨୦୨୧ ବିଧାନସଭାରେ ଟିଏମସି ହିଁ ବିଜୟୀ ହେବ ବୋଲି କହୁଛି ଦଳୀୟ ସର୍ଭେ ।

ସର୍ଭେ ଅନୁସାରେ, ଦଳ ୫୨ ପ୍ରତିଶତ ବୋଟ୍ ପାଇବ । ୧୯୦ରୁ ୨୧୦ ଆସନରେ ଜିତିବ । ଯାହା ଗତଥର ଅନୁସାରେ ୧୬ ଅଧିକ । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୪୮ ହୋଇଥିବା ବେଳେ ଦଳ ଢେର୍ ଅଧିକ ସିଟ୍ ହାତେଇବ ।ଏଥିପାଇଁ ତିନୋଟି କାରଣ ରହିଛି । ଦଳର କହିବାନୁସାରେ, ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୋଟ୍ ଦେଇଥିଲେ । କିନ୍ତୁ ରାଜ୍ୟର ବିଜେପି ସଭାପତି ଦିଲୀପ ଘୋଷଙ୍କ ଦବଦବା ସେତେଟା ନାହିଁ । ତାଙ୍କର ଛବି ମଧ୍ୟ ମଳୀନ ପଡଛି ।