ରାଜ୍ୟରେ ଆଜି ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ , ମୋଟ ମୃତ୍ୟୁସଂଖ୍ୟା ୭୩୬ ଜଣ

ଭୁବନେଶ୍ୱର,୨୩ /୯ :ଆଜି ରାଜ୍ୟରେ ୧୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ୧୫ ଆକ୍ରାନ୍ତ ହେଉଛନ୍ତି ପୁରୁଷ । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୩୬ ରେ ପହଞ୍ଚିଛି । ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଆଜି କରୋନାରେ ୧୫ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବରରୁ ସର୍ବାଧିକ ୪ ଜଣଙ୍କ ଜୀବନ ଯାଇଛି। ପୁରୀ ଓ ମୟୁରଭଞ୍ଜ ଜିଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ମୟୁରଭଞ୍ଜ, ବାଲେଶ୍ବର, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନୟାଗଡ଼ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।